ସ୍ପଷ୍ଟ କଥା, ଆମେ ଚାହୁଁନା ଅସ୍ତ୍ରଶସ୍ତ୍ର ପାଇଁ ଭାରତ ରୁଷ୍‌ ଉପରେ ନିର୍ଭର କରୁ: ଆମେରିକାର ସତର୍କ ବାଣୀ

Advertisment
ସ୍ପଷ୍ଟ କଥା, ଆମେ ଚାହୁଁନା ଅସ୍ତ୍ରଶସ୍ତ୍ର ପାଇଁ ଭାରତ ରୁଷ୍‌ ଉପରେ ନିର୍ଭର କରୁ: ଆମେରିକାର ସତର୍କ ବାଣୀ

Image Courtesy of Zee News

ୱାସିଂଟନ୍‌: ପ୍ରତିରକ୍ଷା ଆବଶ୍ୟକତା ପାଇଁ ଭାରତ ରୁଷ୍‌ ଉପରେ ନିର୍ଭରଶୀଳ ନ ହେଉ ବୋଲି ଯୁକ୍ତରାଷ୍ଟ୍ର ଆମେରିକା ଚାହୁଁଥିବା କଥା ଶୁକ୍ରବାର ଦିନ ‌ପେଣ୍ଟାଗନ୍‌ ପ୍ରେସ୍ ସଚିବ ଜନ୍‌ କିର୍ବି କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ କିର୍ବି ସାମ୍ବାଦିକମାନଙ୍କୁ କହିଛନ୍ତି, ପ୍ରତିରକ୍ଷା ଆବଶ୍ୟକତା ନିମନ୍ତେ ଭାରତ ଓ ଅନ୍ୟାନ୍ୟ ରାଷ୍ଟ୍ର ସବୁ ରୁଷ୍‌ ଉପରେ ନିର୍ଭରଶୀଳ ‌ହୁଅନ୍ତୁ ବୋଲି ଆମେ ଚାହୁଁ ନ ଥିବା କଥା ସ୍ପଷ୍ଟଭାବେ କହି ଆସୁଛୁ। ସେ ପ୍ରସଙ୍ଗରେ ଆମେ ସତ୍ୟ କହିବା ସହ ରୁଷ୍‌ ଉପରେ ନିର୍ଭରଶୀଳ ହେବାକୁ ସମସ୍ତଙ୍କୁ ମନା କରୁଛୁ।

publive-image Image Courtesy of Zee News

ସେ ଆହୁରି ମଧ୍ୟ କହିଛନ୍ତି, ଏ କଥା କହିବା ସହ ଭାରତ ସହିତ ଆମର ଥିବା ପ୍ରତିରକ୍ଷା ଭାଗିଦାରିତାକୁ ମର୍ଯ୍ୟାଦା ମଧ୍ୟ ଦେଉଛି। ଏହି ଭାଗିଦାରିତାର ଅଗ୍ରଗତି ନିମନ୍ତେ ଆମେ ସପ୍ତାହେ ତଳେ କରିଥିବା ବ୍ୟବସ୍ଥାରୁ ତାହା ପ୍ରମାଣିତ ହୋଇଛି। ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ସେ ବ୍ୟବସ୍ଥା ଚାଲୁ ରହିବ।  ସମ୍ପୃକ୍ତ ଅଞ୍ଚଳରେ ଭାରତ ସୁରକ୍ଷାପ୍ରଦାନକାରୀ ହୋଇଥିବାରୁ ଆମେ ତା’ର ଗୁରୁତ୍ବ ଉପଲବ୍ଧି କରୁ।

ଶୁକ୍ରବାର ଦିନ ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ ଜେନ୍‌ ସାକି ମଧ୍ୟ ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ୟୁକ୍ରେନ୍‌ ଆକ୍ରମଣ ଯୋଗୁଁ ଆମେରିକା ମସ୍କୋ କଟକଣା ଜାରି କରିଥିବାରୁ ନୂଆଦିଲ୍ଲୀ ରୁଷ୍‌ରୁ ତୈଳ ଖରିଦ କରୁ ବୋଲି ଆମେରିକା ଚାହେଁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe