Image Courtesy of NDTV
ୱାସିଂଟନ୍: ପାକିସ୍ତାନ ସୀମାନ୍ତବର୍ତ୍ତୀ ଆଫଗାନିସ୍ତାନ ଅଞ୍ଚଳ ଆତଙ୍କବାଦୀମାନଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟି ଥିବାରୁ ଯୁକ୍ତରାଷ୍ଟ୍ର ଆମେରିକା ଦୀର୍ଘ ଦିନ ହେବ ବାସ୍ତବିକ ଚିନ୍ତିତ ବୋଲି ପେଣ୍ଟାଗନ୍ କହିଛି।
ତାଲିବାନ ଉଗ୍ରବାଦୀମାନେ ସୀମା ପାର ହୋଇ ପାକିସ୍ତାନକୁ ପ୍ରବେଶ କରୁଛନ୍ତି ଏବଂ ସେଠାରେ ସେମାନଙ୍କୁ ନିରାପଦ ଆଶ୍ରୟ ଓ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଉଥିବାରୁ ଆଫଗାନିସ୍ତାନ ଯୁକ୍ତରାଷ୍ଟ୍ର ଆମେରିକା ଓ ପାକିସ୍ତାନକୁ ସମଲୋଚନା କରିଥିଲା।
ଗୁରୁବାର ଦିନ ସାମ୍ବାଦିକ ସମ୍ମିଳନୀରେ ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବି କହିଛନ୍ତି, ଦୀର୍ଘ ଦିନ ହେବ ଆମେ ପାକିସ୍ତାନ ବିଷୟରେ ଚିନ୍ତିତ ରହିଛୁ। ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ପାକିସ୍ତାନ ଆତଙ୍କବାଦୀମାନଙ୍କ ପାଇଁ ନିରାପଦ ଆଶ୍ରୟସ୍ଥଳ ପାଲଟିଛି। ଏବେ ମଧ୍ୟ ସେଥିପାଇଁ ଆମେ ଖୁବ୍ ଚିନ୍ତିତ।
ସେ ଆହୁରି ମଧ୍ୟ କହିଛନ୍ତି, ଆଫଗାନିସ୍ତାନର ପଡ଼ୋଶୀ ହିସାବରେ ବିଶ୍ବର ସେ ଅଞ୍ଚଳରେ ଥିବା ଆତଙ୍କବାଦ ପ୍ରତି ପାକିସ୍ତାନର ନିଶ୍ଚୟ କିଛି ମୂଲ୍ୟବୋଧ ଏବଂ ଦାୟିତ୍ବ ରହିଛି। ଆମର ଚିନ୍ତା ବିଷୟରେ ପାକିସ୍ତାନୀ ନେତାମାନଙ୍କ ସହ ସୁସ୍ପଷ୍ଟ ଆଲୋଚନା ଜାରି ରଖିଛୁ ବୋଲି ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି।
Image Courtesy of India TV Newsତେଣେ, କାବୁଲ୍ ଦାବି କରୁଛି ଯେ, ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନରେ ଲଢ଼େଇ କରିବା ପାଇଁ ଇସ୍ଲାମାବାଦ୍ ବିପୁଳସଂଖ୍ୟକ ଆତଙ୍କବାଦୀ ପଠାଉଛି ଏବଂ ତାଲିବାନ୍କୁ ନିରାପଦ ଆଶ୍ରୟସ୍ଥଳ ଯୋଗାଇ ଦେଉଛି। ପାକିସ୍ତାନ ପାଲଟା ଅଭିଯୋଗ କରିଛି ଯେ, ଆଫଗାନିସ୍ତାନ ପାକିସ୍ତାନୀ ବିରୋଧୀ ସଙ୍ଗଠନ ‘ତେରୀକ୍-ଏ-ତାଲିବାନ୍ ପାକିସ୍ତାନ’, ‘ପାକିସ୍ତାନୀ ତାଲିବାନ୍’ ଏବଂ ‘ବାଲୋଚିସ୍ତାନ ଲିବରେସନ୍ ଆର୍ମି’କୁ ଆଶ୍ରୟ ଦେଉଛି।
କିର୍ବି ଆହୁରି ମଧ୍ୟ କହିଛନ୍ତି ଯେ, ଆଫଗାନିସ୍ତାନରେ ଡ୍ରୋନ୍ ଆକ୍ରମଣ ଅଧିକାରକୁ ଯୁକ୍ତରାଷ୍ଟ୍ର ଆମେରିକା ବଳବତ୍ତର ରଖିଛି। ସେଠାରେ ଥିବା ଆମେରିକୀୟ ଏବଂ ଆମେରିକକୁ ସୁରକ୍ଷିତ ରଖିବା ଲାଗି ଆମର କର୍ତ୍ତୃତ୍ବ ରହିଛି ବୋଲି ମନେହୁଏ।
Follow Us