୨୪ ଘଣ୍ଟାରେ ଆହୁରି ଭୀଷଣ ହେବ ଉଗ୍ର ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’; ପ୍ରଭାବରେ ଗୁଜରାଟର ତିଥଲ ବେଳାଭୂମିରେ ଉଚ୍ଚ ଢେଉ

୨୪ ଘଣ୍ଟାରେ ଆହୁରି ଭୀଷଣ ହେବ ଉଗ୍ର ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’; ପ୍ରଭାବରେ ଗୁଜରାଟର ତିଥଲ ବେଳାଭୂମିରେ ଉଚ୍ଚ ଢେଉ

ନୂଆଦିଲ୍ଲୀ: ଉଗ୍ର ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ତୀବ୍ରତର ହେବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ କହିଛି।

ଉତ୍ତର-ଉତ୍ତରପୂର୍ବ ଦିଗକୁ ଏହି ବାତ୍ୟା ଗତି କରିବ ବୋଲି ମଧ୍ୟ ପାଣିପାଗ ବିଭାଗ ପୂର୍ବାନୁମାନ କରି ସୂଚନା ଦେଇଛି। ରାତି ୨.୩୩ରେ ଟୁଇଟ୍‌ କରି ଭାରତୀୟ ପାଣିପାଗ ବିଭାଗ ଲେଖିଛି: ଅତି ଭୀଷଣ ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ଜୁନ୍‌ ୯ ତାରିଖ ରାତି ୧୧.୩୦ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଉପରେ ଥିଲା। ଆଗମୀ ୨୪ ଘଣ୍ଟାରେ ଏହା ଆହୁରି ତୀବ୍ରତର ହୋଇ ଉତ୍ତର-ଉତ୍ତରପୂର୍ବ ଆଡ଼କୁ ଗତି କରିବ।

publive-image Image Courtesy of IMD

ସୂଚନାଯୋଗ୍ୟ, ବାତ୍ୟା ‘ବିପର୍ଯ୍ୟୟ’ ପ୍ରଭାବରେ ଗୁଜରାଟର ବାଲ୍‌ସାଦ ଅନ୍ତର୍ଗତ ଆରବ ସାଗରର ତିଥଲ୍‌ ବେଳଭୂମିରେ ଉତ୍ତାଳ ତରଙ୍ଗ ବା ଢେଉ ସୃଷ୍ଟି ହେଉଛି। ସତର୍କତାମୂଳକ ପଦକ୍ଷେପସ୍ବରୂପ ଜୁନ୍‌ ୧୪ ତାରିଖ ପର୍ଯ୍ୟନ୍ତ ତିଥଲ୍‌ ବେଳାଭୂମିକୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଇଛି।

publive-image Image Courtesy of NDTV

ଏହି ବାତ୍ୟା ପ୍ରଭାବରେ ଦକ୍ଷିଣ ଗୁଜରାଟ ଏବଂ ସୌରାଷ୍ଟ୍ର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ଘଡ଼ଘଡ଼ି ସହିତ ହାଲୁକିଆ ବର୍ଷା ହେବାର ସମ୍ଭାବନା ରହିଛି। ଏହାଛଡ଼ା, ଜୁନ୍‌ ୧୦, ୧୧ ଓ ୧୨ ତାରିଖରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର୍‌ ବେଗରେ ବତାସ ପ୍ରବାହିତ ହେବ।

publive-image Image Courtesy of IMD

ଉଲ୍ଲେଖଯୋଗ୍ୟ, ଏହି ବାତ୍ୟାର ନାମକରଣ କରିଛି ବାଂଲାଦେଶ। ବଙ୍ଗଳା ଭାଷାରେ ‘ବିପର୍ଯ୍ୟୟ’ ଅର୍ଥ ‘ଦୁର୍ବିପାକ’ ଅଥବା ‘ପ୍ରଳୟ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe