ଟେଷ୍ଟ କ୍ରିକେଟର ଅଧିନାୟକ ହେବାକୁ ଚାହାନ୍ତି ଜାଦେଜା

ଇଂଲଣ୍ଡ ଗସ୍ତ ପାଇଁ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍‌ଙ୍କୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ଏହା ସହିତ କ୍ରିକେଟର ରିଷଭ ପନ୍ତ୍ ଉପ-ଅଧିନାୟକ ହୋଇଛନ୍ତି। ଏମଧ୍ୟରେ ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ଅଧିନାୟକ ହେବାକୁ ଇଚ୍ଛା ଜାହିର କରିଛନ୍ତି।

hwhwh

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲ୍‌ଙ୍କୁ ଭାରତୀୟ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ଏହା ସହିତ କ୍ରିକେଟର ରିଷଭ ପନ୍ତ୍ ଉପ-ଅଧିନାୟକ ହୋଇଛନ୍ତି। ଏମଧ୍ୟରେ ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ଅଧିନାୟକ ହେବାକୁ ଇଚ୍ଛା ଜାହିର କରିଛନ୍ତି। ସେ କହିଛନ୍ତି ଯେ, ସେ ଦିନେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ହେବାକୁ ଚାହାଁନ୍ତି। ତାଙ୍କର ଦୀର୍ଘ କ୍ରିକେଟ କ୍ୟାରିଅରରେ ବିଭିନ୍ନ ଅଧିନାୟକଙ୍କ ସହ ଖେଳି ସେ ଏହି ଭୂମିକାକୁ ଭଲ ଭାବରେ ବୁଝିପାରିଥିବା ସହ ଭଲ ଭାବରେ ଅଧିନାୟକତ୍ବ କରିପାରିବେ ବୋଲି କହିଛନ୍ତି।

କ୍ରିକେଟର ରବିଚନ୍ଦ୍ରନ ଅଶ୍ବିନ୍‌ଙ୍କ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେବା ସମୟରେ ତାଙ୍କୁ ପଚରାଯାଇଥିଲା ଯେ, ସେ ଟେଷ୍ଟ କ୍ରିକେଟର ଅଧିନାୟକ ହେବାକୁ ଚାହାନ୍ତି କି? ଉତ୍ତରରେ ସେ ହଁ ଭରିଥିଲେ। ସେ କହିଥିଲେ ‌ଯେ, 'ନିଶ୍ଚିତ। ଅନେକ ବର୍ଷ ହେଲାଣି ମୁଁ ଭିନ୍ନ ଭିନ୍ନ ଅଧିନାୟକଙ୍କ ସହ ଖେଳିଛି। ମୁଁ ପ୍ରତ୍ୟେକ ଅଧିନାୟକଙ୍କ ଶୈଳୀକୁ ଜାଣେ ଏବଂ ଖେଳାଳିମାନେ କ'ଣ ଭାବନ୍ତି ଏବଂ ଚାହାଁନ୍ତି ତାହା ମଧ୍ୟ ବୁଝେ। ପ୍ରତ୍ୟେକ ଅଧିନାୟକଙ୍କର ନିଜସ୍ୱ ଶୈଳୀ ଥାଏ। ମୁଁ ପ୍ରତ୍ୟେକ ଫର୍ମାଟରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଖେଳିଛି ଏବଂ ତାଙ୍କର ଚିନ୍ତାଧାରା ବହୁତ ସରଳ। ଯଦି ସେ ଭାବନ୍ତି ଯେ ଜଣେ ବ୍ୟାଟସମ୍ୟାନ୍ ଗୋଟିଏ ସ୍ଥାନରେ ସଟ୍ ଖେଳିପାରିବେ, ତେବେ ସେ ନିଶ୍ଚିତ ଭାବରେ ସେଠାରେ ଜଣେ ଫିଲ୍ଡରଙ୍କୁ ରଖିବେ।'

ଉଲ୍ଲେଖଯୋଗ୍ୟ, ୨୦୧୨ ମସିହାରେ ଭାରତ ପାଇଁ ପ୍ରଥମ ଟେଷ୍ଟ ଖେଳିଥିବା ଜାଦେଜା, ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ତିନୋଟି ଫର୍ମାଟରେ ଡେବ୍ୟୁ କରିଥିଲେ ଏବଂ ଆଇପିଏଲରେ ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ପାଇଁ ମଧ୍ୟ ଖେଳିଥିଲେ। ଜାଦେଜା ଏପର୍ଯ୍ୟନ୍ତ ୮୦ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe