Image Courtesy of India Today
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ତଥା ଗାନ୍ଧୀ ପରିବାରର ଅନୁଗତ କ୍ୟାପ୍ଟେନ୍ ସତୀଶ ଶର୍ମାଙ୍କର ୭୩ ବର୍ଷ ବୟସରେ ବୁଧବାର ଦିନ ଗୋଆରେ ଦେହାନ୍ତ ହୋଇଯାଇଛି। ରାଏ ବରେଲି ଏବଂ ଆମେଠି ନିର୍ବାଚନ ମଣ୍ଡଳୀରୁ ତିନି ଥର ଲୋକସଭାର ପ୍ରତିନିଧି ହୋଇଥିବା ଶର୍ମା କର୍କଟ ରୋଗଗ୍ରସ୍ତ ହୋଇ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ।
ଦିବଂଗତ ଶର୍ମାଙ୍କର ପତ୍ନୀ ଓ ଗୋଟିଏ ପୁଅ ଓ ଝିଅ ଅଛନ୍ତି। ରାଜୀବ ଗାନ୍ଧୀଙ୍କ ସହ ନିବିଡ଼ ସମ୍ପର୍କ ଥିବା ଶର୍ମା ୧୯୯୩ ରୁ ୧୯୯୬ ପର୍ଯ୍ୟନ୍ତ ପିଭି ନରସିଂହ ରାଓଙ୍କ ସରକାରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଥିଲେ।
Image Courtesy of India Today୧୯୪୭ ମସିହା ଅକ୍ଟୋବର ୧୧ ତାରିଖରେ ଆନ୍ଧ୍ର ପ୍ରଦେଶର ସିକନ୍ଦରାବାଦରେ ଜନ୍ମିତ ଶର୍ମା ୧୯୮୩ରେ ରାଜୀବ ଗାନ୍ଧୀଙ୍କ କଥାରେ ରାଜନୀତିରେ ଯୋଗ ଦେବା ପୂର୍ବରୁ ଜଣେ ପେସାଦାର ବ୍ୟାବସାୟିକ ବିମାନ ଚାଳକ ଥିଲେ। ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯିବା ପରେ ସେ ୧୯୯୧ରେ ଆମେଠିରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।
ସୋନିଆ ଗାନ୍ଧୀଙ୍କୁ ଆସନ ଛାଡ଼ିବା ପୂର୍ବରୁ ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଶର୍ମା ରାଏ ବରେଲିର ସାଂସଦ ଥିଲେ। ପରେ ସେ ୨୦୦୪ ଜୁଲାଇରୁ ୨୦୧୬ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଭାବେ ମଧ୍ୟପ୍ରଦେଶର ପ୍ରତିନିଧିତ୍ୱ କରିଥିଲେ।
ଶର୍ମାଙ୍କ ବିୟୋଗରେ କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୂର୍ଯଓ୍ଵାଲା ଶୋକ ପ୍ରକାଶ କରି କହିଛନ୍ତି ଯେ, ସେ ଥିଲେ ଉର୍ତ୍ସଗ ଏବଂ ଅନୁଗତର ମୂର୍ତ୍ତିମନ୍ତ ପ୍ରତୀକ। ତାଙ୍କ ପରିବାର ପ୍ରତି ମଧ୍ୟ ମୋର ସମବେଦନା।
Follow Us