ବିଶିଷ୍ଟ କଣ୍ଠଶିଳ୍ପୀ ଭୁପିନ୍ଦର ସିଂଙ୍କ ପରଲୋକ

Advertisment
ବିଶିଷ୍ଟ କଣ୍ଠଶିଳ୍ପୀ ଭୁପିନ୍ଦର ସିଂଙ୍କ ପରଲୋକ

india today

ନୂଆଦିଲ୍ଲୀ: ଦେଶର ଜଣାଶୁଣା କଣ୍ଠଶିଳ୍ପୀ ତଥା ଗଜଲ ଗାୟକ ଭୁପିନ୍ଦର ସିଂଙ୍କ ସୋମବାର ସନ୍ଧ୍ୟାରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିବା ତାଙ୍କ ପତ୍ନୀ ତଥା କଣ୍ଠଶିଳ୍ପୀ ମିତାଲି ମୁଖାର୍ଜୀ କହିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ମୁତ୍ରାଶୟଜନିତ ରୋଗରେ ସେ ଆକ୍ରାନ୍ତ ହେବା ପରେ ତାଙ୍କୁ ମୁମ୍ବାଇର ଏକ ହସପିଟାଲରେ ଗତ ୧୦ ଦିନ ହେଲା ଭର୍ତ୍ତି କରାଯାଇଥିଲା। ସେଠାରେ କରୋନା ପରୀକ୍ଷଣ ପରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ବହୁ ହିନ୍ଦୀ ସିନେମାରେ କଣ୍ଠଦାନ କରିଥିବା ଭୁପିନ୍ଦର ଜଣେ ନାମକରା କଣ୍ଠଶିଳ୍ପୀ ଥିଲେ।

ଦୀର୍ଘ ୫ ଦଶନ୍ଧୀ ଧରି ସେ ବହୁ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି। ‘ଦିଲ ଧୁଣ୍ଡତା ହେ…’, ‘ନାମ ଗୁମ ଜାଏଗା…’, ‘ଏକ ଆକେଲା ଇସ୍‌ ସହର ମେ…’, ‘କିସି ନଜର ତୋ ତେରା ଇନ୍ତଜାର ଆଜ ଭି ହେ…’ ଦୁନିଆ ଛୁଟେ ୟାର ନା ଛୁଟେ ଆଦି ହିନ୍ଦୀ ଗୀତ ତାଙ୍କୁ ବଲିଉଡରେ ଲୋକପ୍ରିୟ କରିଥିଲା। ବଲିଉଡ ସଙ୍ଗୀତ ଦୁନିଆରେ ପରିଚିତ ବ୍ୟକ୍ତତ୍ବ ସ୍ବର୍ଗତ ମହମ୍ମଦ ରଫି, ସ୍ବର୍ଗତ ଲତା ମଙ୍ଗେସକର,  ଆର.ଡି. ବର୍ମନ, ଆଶା ଭୋସଲେଁଙ୍କ ସମସାମୟିକ ଥିଲେ ସେ। ତେବେ ତାଙ୍କ ମୃତ୍ୟୁରେ ବଲିଉଡ ତଥା ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe