୯ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ପ୍ରାର୍ଥୀ ଦେବ କଂଗ୍ରେସ

ପିଏସି ପାଇଁ ବିରୋଧୀ ପ୍ରାର୍ଥୀ ନିର୍ବାଚିତ : ଏନ୍‌ଡିଏ ପ୍ରାର୍ଥୀ ହରିବଂଶ ନିରାଶ

୯ରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ପ୍ରାର୍ଥୀ ଦେବ କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ଆଖିରେ ରଖି ଉଭୟ ଶାସକ ଓ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଅଙ୍କକଷା ଆରମ୍ଭ ହୋଇଯାଇଛି। ବିରୋଧୀ ଦଳ ପକ୍ଷରୁ ଏନ୍‌ସିପି ସାଂସଦ ବନ୍ଦନା ଚୌହାନ୍‌ଙ୍କୁ ପ୍ରାର୍ଥୀ କରାଯିବା ନେଇ ସହମତି ନ ହେବାରୁ କଂଗ୍ରେସ ଏବେ ନିଜର ପ୍ରାର୍ଥୀ ଦେବାକୁ ନିଷ୍ପତ୍ତି ନେଇଛି। ବନ୍ଦନାଙ୍କୁ ନେଇ ବିରୋଧୀ ଦଳମାନଙ୍କ ଭିତରେ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଏନ୍‌ସିପି ଆଜି ସଂଧ୍ୟାରେ ଏଥିରୁ ଓହରିଯାଇଛି। ଅନ୍ୟପକ୍ଷରେ ଏନ୍‌ଡିଏ ପ୍ରାର୍ଥୀ ହୋଇଛନ୍ତି ଜେଡି(ୟୁ)ର ହରିବଂଶ ନାରାୟଣ ସିଂହ। ତେବେ ରାଜ୍ୟସଭାରେ ଏନ୍‌ଡିଏର ସଂଖ୍ୟାଗରିଷ୍ଠତା ନ ଥିବାରୁ ଏଠାରେ ବିରୋଧୀଙ୍କ କ୍ଷମତା ଅଧିକ ରହିଛି। କିନ୍ତୁ ଯଦି ଏନ୍‌ଡିଏ ଏଆଇଏଡିଏମ୍‌କେ, ବିଜେଡି ଓ ଟିଆର୍‌ଏସ୍‌ ଭଳି କିଛି ଦଳର ସମର୍ଥନ ହାସଲ କରେ, ତେବେ ହରିବଂଶ ଉପାଧ୍ୟକ୍ଷ ହେବା ନେଇ ସମ୍ଭାବନା ରହିଛି। ସୂତ୍ର ମୁତାବକ ରାଜ୍ୟସଭାରେ ମୋଟ ୨୪୪ ଆସନ ମଧ୍ୟରୁ ୧୨୩ ଭୋଟ୍‌ ଯାହା ସପକ୍ଷରେ ଯିବ, ସେ ହିଁ ଉପାଧ୍ୟକ୍ଷ ହେବେ। ତେବେ ବିରୋଧୀଙ୍କ ନିକଟରେ ମୋଟ ୧୧୬ ଭୋଟ୍‌ ରହିଛି, ଯେଉଁଥିରେ ଓ୍ଵାଇଏସ୍‌ଆର୍‌ କଂଗ୍ରେସର ଦୁଇଟି ସାମିଲ। ଅନ୍ୟପକ୍ଷରେ ବିଜେପି ନିକଟରେ ଏବେ ୭୩ ସଦସ୍ୟ ରହିଥିବା ବେଳେ ଯଦି ଏହା ଏଆଇଏଡିଏମ୍‌କେର ୧୩, ବିଜେଡିର ୯, ଟିଆର୍‌ଏସ୍‌ର ୬ ଓ ଓ୍ଵାଇଏସ୍‌ଆର୍‌ କଂଗ୍ରେସର ୨ ସଦସ୍ୟଙ୍କୁ ନିଜ ପକ୍ଷକୁ ନେଇପାରିଲା, ତେବେ ଏନ୍‌ଡିଏ ପ୍ରାର୍ଥୀ ଜିତିବା ସମ୍ଭାବନା ଅଧିକ। କାରଣ ଏମାନଙ୍କୁ ମିଶାଇଲେ ଏନ୍‌ଡିଏ ମୋଟ ୧୨୬ ଭୋଟ୍‌ ପାଇପାରିବ।

ନୂଆଦିଲ୍ଲୀ: ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିବା ବେଳେ ଆଜି ଏନ୍‌ଡିଏ ସରକାରଙ୍କୁ ଏକ ବଡ଼ ଧକ୍କା ଲାଗିଛି। ସଂସଦର ପବ୍ଲିକ୍‌ ଆକାଉଣ୍ଟ୍‌ସ କମିଟି (ପିଏସି)କୁ ଆଜି ବିରୋଧୀ ଦଳର ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ ଏନ୍‌ଡିଏ ପ୍ରାର୍ଥୀ ତଥା ଜେଡି (ୟୁ) ନେତା ହରିବଂଶ ନାରାୟଣ ସିଂହ ପରାଜିତ ହୋଇଛନ୍ତି। ପିଏସିରେ ଦୁଇଟି ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିରୋଧୀ ଦଳ ପ୍ରାର୍ଥୀ ତଥା ଟିଡିପିର ସି ଏମ୍‌ ରମେଶ ସର୍ବାଧିକ ୧୦୬ ଭୋଟ୍‌ ପାଇଥିଲା ବେଳେ ବିଜେପିର ଭୂପେନ୍ଦର ଯାଦବ ୬୯ ଭୋଟ୍‌ ପାଇଥିଲେ। ଅନ୍ୟପକ୍ଷରେ ହରିବଂଶ ମାତ୍ର ୨୬ ଭୋଟ୍‌ରେ ସନ୍ତୁଷ୍ଟ ହୋଇଥିଲେ। ଫଳରେ ପିଏସି ପାଇଁ ରମେଶ ଓ ଯାଦବ ନିର୍ବାଚିତ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ହରିବଂଶଙ୍କୁ ଏନ୍‌ଡିଏ ପ୍ରାର୍ଥୀ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe