ହୃଦ୍‌ଘାତ କାରଣରୁ ‘ଟୋୟୋଟା କିର୍ଲୋସ୍କର୍‌ ମୋଟର୍‌’ର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କର୍‌ଙ୍କ ଦେହାନ୍ତ

Advertisment
ହୃଦ୍‌ଘାତ କାରଣରୁ ‘ଟୋୟୋଟା କିର୍ଲୋସ୍କର୍‌ ମୋଟର୍‌’ର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କର୍‌ଙ୍କ ଦେହାନ୍ତ

Image Courtesy of Asianet News Hindi

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ‘ଟୋୟୋଟା କିର୍ଲୋସ୍କର୍‌ ମୋଟର୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ର ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କର୍‌ଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ୬୪ ବର୍ଷ ହୋଇଥିବା ବିକ୍ରମ କିର୍ଲୋସ୍କର୍‌ ଭୀଷଣ ହୃଦ୍‌ଘାତ ଯୋଗୁଁ ପ୍ରାଣ ହରାଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି।

ଉପାଧ୍ୟକ୍ଷ ବିକ୍ରମ କିର୍ଲୋସ୍କର୍‌ଙ୍କ ମୃତ୍ୟୁ ଖବରକୁ ସୁନିଶ୍ଚିତ କରି ‘ଟୋୟୋଟା ଇଣ୍ଡିଆ’ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡ୍‌ଲ୍‌ରେ ଜାରି କରିଥିବା ବିବୃତିରେ ଉଲ୍ଲେଖ କରିଛି: ଦୁଃଖର ସହିତ ଜଣାଉଛୁ କି, ୨୦୨୨ ନଭେମ୍ବର ୨୯ରେ ‘ଟୋୟୋଟା କିର୍ଲୋସ୍କର୍‌ ମୋଟର୍‌’ର ଉପାଧ୍ୟକ୍ଷ ବିକ୍ରମ୍‌ ଏସ୍‌. କିର୍ଲୋସ୍କର୍‌ଙ୍କର ଅକାଳ ବିୟୋଗ ଘଟିଛି। ଏଭଳି ଦୁଃଖ ପରିସ୍ଥିତିରେ ସମସ୍ତଙ୍କୁ ଅନୁରୋଧ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରନ୍ତୁ। ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ଆମର ଗଭୀର ସମବେଦନା। ନଭେମ୍ବର ୩୦ ତାରିଖରେ ବେଙ୍ଗାଲୁରୁସ୍ଥିତ ହେବ୍‌ବାଲ୍‌ ଶ୍ମଶାନରେ ତାଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିହେବ।

publive-image Image Courtesy of The National

ମାସାଚ୍ୟୁସଟେ୍‌ସ୍‌ରୁ ‘ମେକାନିକାଲ୍‌ ଇଞ୍ଜିନିୟରିଙ୍ଗ୍‌’ରେ ସ୍ନାତକ ହାସଲ କରିଥିବା ସ୍ବର୍ଗତ ବିକ୍ରମ୍‌ କିର୍ଲୋସ୍କର୍‌ଙ୍କର ପତ୍ନୀ ଗୀତାଞ୍ଜଳି ଓ କନ୍ୟା ମାନସୀ ଅଛନ୍ତି। ବିଗତ ବର୍ଷଗୁଡ଼ିକରେ ‘ସିଆଇଆଇ’, ‘ଏସ୍‌ଆଇଏମ୍‌’ ଏବଂ ‘ଏଆର୍‌ଏଆଇ’ରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅଧିଷ୍ଠିତ ଥିବା ବିକ୍ରମ୍‌ କିର୍ଲୋସ୍କର୍‌ ଥିଲେ ‘କିର୍ଲୋସ୍କର୍‌ ଗ୍ରୁପ୍‌’ର ଚତୁର୍ଥ ପିଢ଼ିର ମୁଖ୍ୟ।

୨୦୨୨ ନଭେମ୍ବର ୨୫ ତାରିଖ ଦିନ ସେ ମୁମ୍ବାଇରେ ‘ଟୋୟୋଟା ଇନୋଭା ହାଇକ୍ରସ୍‌’ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe