ନାମାଙ୍କନ ପତ୍ର ଦାଖଲ କଲେ ଇଣ୍ଡି ମେଣ୍ଟର ପ୍ରାର୍ଥି ବି. ସୁଦର୍ଶନ ରେଡ୍ଡୀ

ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥି ବି. ସୁଦର୍ଶନ ରେଡ୍ଡୀ ଗୁରୁବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ଏବଂ ସଞ୍ଜୟ ରାଉତଙ୍କ ସମେତ ସମସ୍ତ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ।

New Project

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥି ବି. ସୁଦର୍ଶନ ରେଡ୍ଡୀ ଗୁରୁବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ସମୟରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ, ସାଂସଦ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ ଏବଂ ସଞ୍ଜୟ ରାଉତଙ୍କ ସମେତ ସମସ୍ତ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ ବୋଲି ଭାଇରାଲ ଭିଡିଓରେ ଦେଖାଯାଇଛି। ଉପରାଷ୍ଟ୍ରପତି ନିର୍ବାଚନରେ ​​ସୁଦର୍ଶନ ରେଡ୍ଡୀ, ଏନଡିଏ ପ୍ରାର୍ଥି ସିପି ରାଧାକୃଷ୍ଣନଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ।

ନାମାଙ୍କନ ପତ୍ରରେ ସୋନିଆ ଗାନ୍ଧୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାଡଗେ, ଡିଏମକେର ତିରୁଚି ଶିବଙ୍କ ସମେତ ୧୬୦ ଜଣ ସାଂସଦ ପ୍ରସ୍ତାବକ ଏବଂ ସମର୍ଥକ ଭାବରେ ସ୍ୱାକ୍ଷର କରିଛନ୍ତି। ସୁଦର୍ଶନ ରେଡ୍ଡୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଗୋଆ ଲୋକାୟୁକ୍ତ।

କଂଗ୍ରେସ ମହାସଚିବ ଜୟରାମ ରମେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବି. ସୁଦର୍ଶନ ରେଡ୍ଡୀଙ୍କ ନାମାଙ୍କନ ବିଷୟରେ ସୂଚନା ସେୟାର କରିଛନ୍ତି। ପୋଷ୍ଟ‌ରେ ସେ ସୁଦର୍ଶନ ରେଡ୍ଡୀଙ୍କ ବୟାନ ସମ୍ବଳିତ ଏକ ଚିଠି ସେୟାର କରିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe