କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସରକାରଙ୍କୁ ପ୍ରଶ୍ନ କଲେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଙ୍ଗଳବାର କୃଷକମାନଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବା ସହ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଏକ ବିକଶିତ ଭାରତର ମାର୍ଗ କୃଷକଙ୍କ ହୃଦୟରୁ ଆସିବ, ଆମେ ଏହାକୁ କେବେ ବି ଭୁଲିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। 

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ବିଜେଡିର ସ୍ବାଗତ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଙ୍ଗଳବାର କୃଷକମାନଙ୍କ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବା ସହ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଏକ ବିକଶିତ ଭାରତର ମାର୍ଗ କୃଷକଙ୍କ ହୃଦୟରୁ ଆସିବ, ଆମେ ଏହାକୁ କେବେ ବି ଭୁଲିବା ଉଚିତ ନୁହେଁ ବୋଲି ସେ କହିଛନ୍ତି। 

ଯଦି ଆଜି କୃଷକମାନେ ଆନ୍ଦୋଳନ କରୁଛନ୍ତି ତେବେ ସୀମିତ ଢଙ୍ଗରେ ଆନ୍ଦୋଳନର ଆକଳନ କରିବା ଏକ ବଡ଼ ଭୁଲ ବୁଝାମଣା ଓ ଭୁଲ ହେବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ରାସ୍ତାରେ ନଥିବା ଚାଷୀ ମାନେ ମଧ୍ୟ ଆଜି ଚିନ୍ତାରେ ଅଛନ୍ତି, ସେମାନେ ଆଜି ଅସନ୍ତୁଷ୍ଟ ଅଛନ୍ତି । ଭାରତକୁ ଯଦି ଏକ ବିକଶିତ ରାଷ୍ଟ୍ରର ମାନ୍ୟତା ପାଇବାକୁ ହେବ, ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ଆୟ ୮ ଗୁଣ ହେବା ଦରକାର। ଏହି ଆଠଗୁଣ ବୃଦ୍ଧିରେ ସବୁଠାରୁ ବଡ଼ ଅବଦାନ ହେଉଛି ଗ୍ରାମୀଣ ଅର୍ଥନୀତି, କୃଷକଙ୍କ କଲ୍ୟାଣ।

କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ପ୍ରଶ୍ନ କରି ଉପରାଷ୍ଟ୍ରପତି କହିଛନ୍ତି, କୃଷକଙ୍କ ସହ କାହିଁକି ଆଲୋଚନା ହେଉନାହିଁ ମୁଁ ବୁଝିପାରୁନାହିଁ। ମୁଁ ବୁଝିପାରୁନାହିଁ ଯେ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରି ଆମେ କାହିଁକି ଏକ ଫର୍ମୁଲା ପ୍ରସ୍ତୁତ କରିପାରିବୁ ନାହିଁ ଯାହା ଆମର କୃଷକମାନଙ୍କୁ ପୁରସ୍କୃତ କରିପାରିବ । ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହାକୁ ପୂରଣ କରିବାରେ କଂଜୁସି କରୁଛୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe