ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଭୋଟ ଦେବା ପାଇଁ ବିଦେଶ ଗସ୍ତ ଅଧାରୁ ଭାରତ ଫେରି ଆସିଥିଲେ ଉପରାଷ୍ଟ୍ରପତି

Advertisment
ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଭୋଟ ଦେବା ପାଇଁ ବିଦେଶ ଗସ୍ତ ଅଧାରୁ ଭାରତ ଫେରି ଆସିଥିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଥିବା ବେଳେ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ରବିବାରରେ ଭୋଟଗ୍ରହଣ ହେଉଥିବାରୁ ଲୋକମାନେ ମଧ୍ୟ ବହୁମାତ୍ରାରେ ଭୋଟ ଦେବାକୁ ମତଦାନକେନ୍ଦ୍ରକୁ ଆସୁଛନ୍ତି । ବଡ ବଡ ନେତା ଓ ସେଲିବ୍ରିଟିମାନେ ମଧ୍ୟ ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରୁଛନ୍ତି । ଏସବୁ ଭିତରେ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ମଧ୍ୟ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀର ନିର୍ମାଣ ଭବନରେ ଥିବା ପୋଲିଂ ବୁଥରେ ପତ୍ନୀଙ୍କ ସହ ଭୋଟ ଦେଇଛନ୍ତି ଉପରାଷ୍ଟପ୍ରତି ଭେଙ୍କୟା ନାଇଡୁ ।

ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବାକୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ବିଦେଶରୁ ଫେରି ଆସିଥିଲେ । ସଂଯୁକ୍ତ ରାଷ୍ଟ୍ରରେ ମୁଖ୍ୟ ବ୍ୟକ୍ତା ଭାବେ ଭାଷଣ ଦେବାକୁ ଥିବା ବେଳେ ମତଦାନ ପାଇଁ ଭାରତ ଫେରି ଆସିଥିଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଭୋଟ ଦେବା ପରେ ଏହି ମହାପର୍ବରେ ସମସ୍ତଙ୍କୁ ସାମିଲ ହେବାକୁ ଅପିଲ କରିଛନ୍ତି ଭେଙ୍କୟା ।

ଉପରାଷ୍ଟ୍ରପତିଙ୍କ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ମଧ୍ୟ ଗଣତନ୍ତ୍ରର ଏହି ମହାପର୍ବରେ ନିଜକୁ ସାମିଲ କରିଛନ୍ତି । ଦିଲ୍ଲୀର ଏନପି ପ୍ରାଥମିକ ବିଦ୍ୟାଳୟରେ ଥିବା ବୁଥରେ ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ପ୍ରଣବ ମୁର୍ଖାଜୀ । ସେହିଭଳି ଗାନ୍ଧୀ ପରିବାରର ସଦସ୍ୟ ମଧ୍ୟ ଭୋଟ ଦେଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ସ୍ୱାମୀ ରର୍ବଟ ଭଦ୍ରାଙ୍କ ସହ ଭୋଟ ଦେବା ପରେ ପ୍ରିୟଙ୍କା କହିଛନ୍ତି, କଂଗ୍ରେସ ଚଳିତ ଥର ଆଶା ଠାରୁ ଅଧିକ ଆସନରେ ବିଜୟୀ ହେବ । ଜନତା ଜନାର୍ଦ୍ଦନ ଭୋଟରେ ଜବାବ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe