ପୁଣି ଥରେ କରୋନା ଆକ୍ରାନ୍ତ ହେଲେ ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ

Advertisment
ପୁଣି ଥରେ କରୋନା ଆକ୍ରାନ୍ତ ହେଲେ ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ

indiatoday

ନୂଆଦିଲ୍ଲୀ: ପୁଣି ଥରେ କରୋନା ଆକ୍ରାନ୍ତ ହେ‌ଲେ ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ। ଏନେଇ ତାଙ୍କ ସଚିବାଳୟ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଥିବା ବେଳେ ନିଜକୁ ଗୋଟେ ସପ୍ତାହ ପାଇଁ ଆଇସୋଲେଟ କରି ରଖିବେ ବୋଲି କହିଛନ୍ତି। ଏବେ ସେ ହାଇଦ୍ରାବାଦରେ ଥିବା ବେଳେ ତାଙ୍କ ସଂଶ୍ପର୍ଷରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇନେବାକୁ କହିଛନ୍ତି।

ଏହା ପୂର୍ବରୁ ୨୦୨୦ରେ ମଧ୍ୟ ଭେଙ୍କିଆ ନାଇଡୁ କରୋନା ଆକ୍ରାନ୍ତ ହୋଇଥିଲେ। ସେପ୍ଟେମ୍ବର ୨୯, ୨୦୨୦ରେ ତାଙ୍କ ସଚିବାଳୟ ଟ୍ୱିଟର ମାଧ୍ୟମରେ ସେ କରୋନା ଆକ୍ରାନ୍ତ ଥିବା ନେଇ ସୂଚନା ଦେଇଥିଲେ।

ତେବେ ନୂଆ ଭାରିଆଣ୍ଟ ଆସିବା ପରଠାରୁ ଏବେ ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୩,୫୩୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୫୨୫ ମୃତ୍ୟୁ ରେକର୍ଡ କରାଯାଇଛି। ଗତକାଲି ଠାରୁ ଆଜିର ସଂକ୍ରମଣ ସଂଖ୍ୟା ୪,୧୭୧ କମ୍‌ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୯୨,୩୭,୨୬୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୫୨୫ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୯,୪୦୯ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe