ଉପରାଷ୍ଟ୍ରପତି ନିର୍ବାଚନ: ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାକୁ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜନାଥ ସିଂହ ଏ ନେଇ ସବୁ ଦଳର ନେତାଙ୍କ ସହ କଥାବାର୍ତ୍ତା କରୁଛନ୍ତି।

fshhfhfxvb

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜନାଥ ସିଂହ ଏ ନେଇ ସବୁ ଦଳର ନେତାଙ୍କ ସହ କଥାବାର୍ତ୍ତା କରୁଛନ୍ତି।  

ଏନ୍‌ଡିଏ ପ୍ରାର୍ଥୀଙ୍କୁ ସର୍ବସମ୍ମତିକ୍ରମେ ସମର୍ଥନ କରିବାକୁ ସମସ୍ତ ଦଳକୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସିପି ରାଧାକ୍ରିଷ୍ଣନ ଉପରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ, ନିର୍ବିବାଦୀୟ ଓ ଜଣେ ଅତ୍ୟନ୍ତ ବିନମ୍ର ବ୍ୟକ୍ତି। ସୋମବାର ଦିଲ୍ଲୀରେ ସିପି ରାଧାକ୍ରିଷ୍ଣନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ସେ  ରାଧାକ୍ରିଷ୍ଣନଜୀଙ୍କୁ ଭେଟିଛନ୍ତି। ସେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ତାଙ୍କୁ ମୋର ଶୁଭେଚ୍ଛା ଜଣାଇଛି। ତାଙ୍କର ଦୀର୍ଘ ବର୍ଷର ଜନସେବା ଏବଂ ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତା ଆମ ଦେଶକୁ ଅଧିକ ସମୃଦ୍ଧ କରିବ। ସେ ଯେଉଁ ସମର୍ପଣ ଓ ସଂକଳ୍ପ ସବୁବେଳେ ଦେଖାଇଆସିଛନ୍ତି, ସେହିଭଳି ନିଷ୍ଠା ଓ ସଂକଳ୍ପ ନେଇ ଦେଶସେବା ଜାରି ରଖନ୍ତୁ।

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ରବିବାର ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପି ସଂସଦୀୟ ବୋର୍ଡ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଅପରପକ୍ଷେ ଆଜି ଅପରାହ୍ଣ ସାଢ଼େ ୧୨ଟାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ସମସ୍ତ ବିରୋଧୀ ଦଳର ନେତାଙ୍କର ଏକ ବୈଠକ ହୋଇଥିଲା। ଏହି ବୈଠକରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ସୁଦର୍ଶନ ରେଡ୍ଡୀଙ୍କୁ ଇଣ୍ଡି-ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe