ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୯୭ ରନ୍

Advertisment
ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୯୭ ରନ୍

ଆଣ୍ଟିଗୁଆ: ଟି-୨୦ ବିଶ୍ୱକପର ୪୭ତମ ମ୍ୟ‌ାଚରେ ଗ୍ରୁପ୍-୧ର ସୁପର ୮ ମ୍ୟାଚରେ ଶନିବାର ଦକ୍ଷିଣ ଆଫ୍ରିକାର ନର୍ଥ ସାଉଣ୍ଡର ଆଣ୍ଟିଗୁଆସ୍ଥିତ ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ ହୋଇଛନ୍ତି।

ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ୍ ସାନ୍ତୋ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲା।

ଧାର୍ଯ୍ୟ ୨୦ ଓଭରରେ ଟିମ୍ ଇଣ୍ଡିଆ ୫ ୱିକେଟ ହରାଇ ୧୯୬ ରନ୍ କରିଛି। ଫଳରେ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ ୧୯୭ରନ୍ ରହିଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୨୩ ରନ୍ କରିଥିବାବେଳେ ବିରାଟ କୋହଲି ୩୭ ରନ୍ କରିଥିଲେ। ସେହିପରି ରିଷଭ ପନ୍ତ ୩୬ ରନ୍, ସୂର୍ଯ୍ୟକୁମାର ଯାଦବ ୬ ରନ୍, ଶିବମ ଦୁବେ ୩୪ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୫୦ ରନ୍, ଅକ୍ଷର ପଟେଲ ୩ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe