ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୧୧ ରନ୍

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୧୧ ରନ୍

ନ୍ୟୁୟର୍କ: ଟି-୨୦ ବିଶ୍ବକପ୍‌ର ୨୫ତମ ମ୍ୟାଚ୍‌ରେ ଗ୍ରୁପ୍-ଏ ରେ ଭାରତ ଏବଂ ଆମେରିକା ମୁହାଁମୁହିଁ ହୋଇଛନ୍ତି। ନ୍ୟୁୟର୍କର ନାସାଉ କାଉଣ୍ଟି ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମେରିକା ଅଧିନାୟକ ମୋନାଙ୍କ ପଟେଲଙ୍କ ନେତୃତ୍ବରେ ବ୍ୟାଟିଂ ଆରମ୍ଭ କରିଥିଲେ।

ଧାର୍ଯ୍ୟ ୨୦ ଓଭରରେ ଆମେରିକା ୮ ୱିକେଟ ହରାଇ ୧୧୦ ରନ୍ କରିଛି। ଫଳରେ ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୧୧ ରନ୍ ରହିଛି।

ଆମେରିକା ପକ୍ଷରୁ ଷ୍ଟିଭେନ ଟେଲର ୨୪ ରନ୍ କରିଥିବାବେଳେ ଆରୋନ ଜୋନସ୍ ୧୧ ରନ୍ କରିଥିଲେ। ସେହିପରି ନୀତୀଶ କୁମାର ୨୭ ରନ୍, କୋରୟ ଆଣ୍ଡରସନ ୧୪ ରନ୍, ହରମିତ୍ ସିଂ ୧୦ ରନ୍, ଶ୍ୟାଡଲି ଭାନ୍ ଶାଲ୍କ୍ୱିକ୍ ୧୧ ରନ୍, ଜସଦୀପ ସିଂ ୨ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe