ପଞ୍ଜାବ କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍

ପଞ୍ଜାବ କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍

ଚଣ୍ଡିଗଡ଼: ଆଇପିଏଲ୍‌ର ୨୩ ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍(ପିବିକେଏସ) ଏବଂ ସନରାଇଜର୍ସ ହାଇଦ୍ରାବାଦ୍(ଏସଆରଏଚ) ମଧ୍ୟରେ ମଙ୍ଗଳବାର ମୁକାବିଲା ହେଉଛି। ଚଣ୍ଡିଗଡ଼ର ମହାରାଜା ୟୁଦବିନ୍ଦର ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳଯାଉଥିବା ଏହି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ଅଧିନାୟକ ଶିଖର ଧାୱନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ସନରାଇଜର୍ସ ହାଇଦ୍ରାବାଦ୍ ଅଧିନାୟକ ପ୍ୟାଟ୍ କୁମିନ୍ସଙ୍କ ନେତୃତ୍ବରେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା‌।

ଧାର୍ଯ୍ୟ ୨୦ ଓଭରରେ ସନରାଇଜର୍ସ ହାଇଦ୍ରାବାଦ୍ ୯ ୱିକେଟ ୧୮୨ ହରାଇ ରନ୍ କରିଛି। ଫଳରେ ପଞ୍ଜାବ କିଙ୍ଗସ୍ ପାଇଁ ବିଜୟ ଲକ୍ଷ୍ୟ ୧୮୩ ରନ୍ ରହିଛି।

ସନରାଇଜର୍ସ ହାଇଦ୍ରାବାଦ୍ ପକ୍ଷରୁ ଟ୍ରାଭିସ୍ ହେଡ୍ ୨୧ ରନ୍ କରିଥିବାବେଳେ ଅଭିଷେକ ଶର୍ମା ୧୬ ରନ୍, ନୀତୀଶ ରେଡ୍ଡୀ ୬୪ ରନ୍, ରାହୁଲ ତ୍ରିପାଠି ୧୧ ରନ୍, ଅବଦୁଲ୍ ସମଦ୍ ୨୫ ରନ୍, ଶାହାବାଜ୍ ଅହମ୍ମଦ ୧୪ ରନ୍ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe