ଭାଣିଜୀଙ୍କ ବାହାଘରରେ ଖୁସିରେ ନାଚୁଥିବା ବେଳେ ଉଡ଼ିଗଲା ଇଞ୍ଜିନିୟର ମାମୁଙ୍କ ପ୍ରାଣବାୟୁ

ଭାଣିଜୀଙ୍କ ବାହାଘରରେ ଖୁସିରେ ନାଚୁଥିବା ବେଳେ ଉଡ଼ିଗଲା ଇଞ୍ଜିନିୟର ମାମୁଙ୍କ ପ୍ରାଣବାୟୁ

ରାୟପୁର: ଭିଲାଇ ଷ୍ଟିଲ ପ୍ଲାଣ୍ଟର ଦଲ୍ଲୀ ରାଜହରା ସାଇନ୍ସର ଇଞ୍ଜିନିୟର ଦିଲୀପ ରାଉତକରଙ୍କ ମୃତ୍ୟୁ ହୋଇଥିବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରାଉତକର ନୃତ୍ୟ କରୁଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିବା କୁହାଯାଉଛି। ତେବେ ଏହି ଘଟଣାର ଏକ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଦୁଃଖଦ ଘଟଣା ମଇ ୪ ତାରିଖରେ ଘଟିଥିବା କୁହାଯାଉଛି।

ଭାଇରାଲ ଭିଡିଓରେ ଦିଲୀପ ରାଉତକର ବିବାହ ଉତ୍ସବରେ ସାମିଲ ହୋଇ ବର ଓ ବଧୂଙ୍କ ସହିତ ଖୁସିରେ ନୃତ୍ୟ କରୁଥିବା ଦେଖିବାକୁ ମିଳୁଛି।  ୧ମିନିଟ ୧୯ ସେକେଣ୍ଡର ଭିଡିଓରେ ଦିଲୀପ ରାଉତକର ଏକମିନିଟ ପାଇଁ ବର-ବଧୂଙ୍କ ଷ୍ଟେଜରେ ବସିପଡ଼ୁଛନ୍ତି, ଆଉ କିଛି ସେକେଣ୍ଡ ମଧ୍ୟରେ ତଳେ ପଡ଼ିଯାଉଥିବା ନଜର ଆସୁଛି। ତେବେ ‌ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କ’ଣ ହୋଇଛି କିଛି ବୁଝିବା ପୂର୍ବରୁ ଦିଲୀପ ରାଉତକରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ପରିବାରଲୋକଙ୍କ କହିବାନୁସାରେ, ‘ମଇ ୪ ତାରିଖରେ ଦିଲୀପ ରାଉତକରଙ୍କ ଭାଣିଜୀଙ୍କ ଦଲ୍ଲୀ ରାଜହରାରେ ବିବାହ ଥିଲା। ରାତି ୧୨ଟାରେ ଦିଲୀପ ଓ ତାଙ୍କ ସମ୍ପର୍କୀୟ ମିଶି ବର-ବଧୂଙ୍କ ସହିତ ନୃତ୍ୟ କରୁଥିଲେ। ନାଚୁନାଚୁ ଦିଲୀପଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ତେଣୁ ସେ ତଳେ ବସି  ଯାଇଥିଲେ। ଆଉ କିଛି ସେକେଣ୍ଡ ମଧ୍ୟରେ ଚଟଣାରେ ପଡ଼ିଯାଇଥିଲେ। ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe