ପିକ୍‌ନିକ୍‌ ଯାଇ ଫଟୋ ଉଠାଇବା ବେଳେ ପୋଲ ତଳକୁ ଖସିପଡ଼ିଲେ ୩୬ ବର୍ଷୀୟ ବ୍ୟକ୍ତି

Advertisment

ଫଟୋ ଉଠାଇବା ବେଳେ ଆଜିକାଲି ବିଭିନ୍ନ ଲୋକଙ୍କ ଜୀବନ ଯାଉଥିବାର ଖବର ଦେଖିବାକୁ ମିଳୁଛି।  କର୍ଣ୍ଣାଟକର ମୈସୁରୁରେ ପିକନିକ୍ ସମୟରେ ସେଇଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ଫଟୋ ଉଠାଇବା ବେଳେ ଆଜିକାଲି ବିଭିନ୍ନ ଲୋକଙ୍କ ଜୀବନ ଯାଉଥିବାର ଖବର ଦେଖିବାକୁ ମିଳୁଛି।  କର୍ଣ୍ଣାଟକର ମୈସୁରୁରେ ପିକନିକ୍ ସମୟରେ ସେଇଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

New Project (20)

ବେଙ୍ଗାଲୁରୁ: ଫଟୋ ଉଠାଇବା ବେଳେ ଆଜିକାଲି ବିଭିନ୍ନ ଲୋକଙ୍କ ଜୀବନ ଯାଉଥିବାର ଖବର ଦେଖିବାକୁ ମିଳୁଛି।  କର୍ଣ୍ଣାଟକର ମୈସୁରୁରେ ପିକନିକ୍ ସମୟରେ ସେଇଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଫଟୋ ଉଠାଇବା ବେଳେ ଖସି ପଡ଼ି କାବେରୀ ନଦୀର ପ୍ରବଳ ସ୍ରୋତରେ ଭାସି ଯାଇଥିବା ସୂଚନା ରହିଛି।

ଏହି ଦୁଃଖଦ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଛି। ମହେଶ ନାମକ ଏହି ବ୍ୟକ୍ତି ନିଜର ଏକ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା ସମୟରେ ଭାରସାମ୍ୟ ହରାଇ ନିର୍ମାଣାଧୀନ ପୋଲ ଉପରୁ ତଳକୁ ଖସି ପଡ଼ିଲେ। ତେବେ ଦୁର୍ଘଟଣାରେ ଜୀବନ ହରାଇଥିବା ବ୍ୟକ୍ତି ଜଣକ ୩୬ ବର୍ଷୀୟ ଅଟୋରିକ୍ସା ଚାଳକ ଥିଲେ। 

ଶ୍ରୀରଙ୍ଗପାଟନାରେ ଥିବା କାବେରୀ ନଦୀରେ ମହେଶ ଭାସି ଯାଇଥିଲେ। ମହେଶଙ୍କ ଶେଷ ମୁହୂର୍ତ୍ତର ଭିଡିଓରେ ସେ କିପରି ମୃତ୍ୟୁବରଣ କରିଥିଲେ ସ୍ପଷ୍ଟ ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି କି ସେ ଫଟୋ ଉଠାଇବା ବେଳେ ତାଙ୍କ ପାଦ ଏକ ଉଚ୍ଚ ଧାରରେ ଆଘାତ ପାଇଥିଲା ଏବଂ ସେ ଭାରସାମ୍ୟ ହରାଇ ପଡ଼ି ଯାଇଥିଲେ।

ଭିଡିଓ ଉତ୍ତୋଳନ କରୁଥିବା ତାଙ୍କ ବନ୍ଧୁ ତାଙ୍କୁ ପଡ଼ି ଯାଉଥିବାର ଦେଖି ଚିତ୍କାର କରିଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଜରୁରୀକାଳୀନ ଦଳ ତାଙ୍କୁ ଏବେ ଖୋଜାଖୋଜି କରୁଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe