ବିବାହ ଶୋଭାଯାତ୍ରାରେ ୧୦୦ ଅଶ୍ୱାରୋହୀ, ରାସ୍ତାରେ ଟଙ୍କା ବର୍ଷା ଭିଡିଓ ଭାଇରାଲ

ଗୁଜରାଟରେ ଏକ ଅଜବ ବିବାହ ଶୋଭାଯାତ୍ରା କରାଯାଇଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବର ଘୋଡା ଉପରେ ବସିଥିବାର ଦେଖିବାକୁ ମିଳୁଛି। ୧୦୦ ଜଣ ଅଶ୍ୱାରୋହୀଙ୍କ ସହିତ ରାଜପଥରେ ଏକ ଶୋଭାଯାତ୍ରା କରାଯାଉଥିବାର ଦେଖିବାକୁ ମିଳୁଛି...

ଅଦ୍ୟତନ ହୋଇଛି
viral-marriage-100-horsemen

viral-marriage-100-horsemen Photograph: (Sambad.in)

ଅହମଦାବାଦ: ଗୁଜରାଟରେ ଏକ ଅଜବ ବିବାହ ଶୋଭାଯାତ୍ରା କରାଯାଇଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବର ଏକ ଘୋଡା ଉପରେ ବସିଥିବାର ଦେଖିବାକୁ ମିଳୁଛି। ୧୦୦ ଜଣ ଅଶ୍ୱାରୋହୀଙ୍କ ସହିତ ରାଜପଥରେ ଏକ ଶୋଭାଯାତ୍ରା କରାଯାଉଥିବାର ଦେଖିବାକୁ ମିଳୁଛି।

ସେହିପରି ଅନ୍ୟ ଏକ ଭିଡିଓରେ ବର ବଳଦଗାଡ଼ି ବିବାହ ଶୋଭାଯାତ୍ରାରେ କନ୍ୟା ଘରେ ପହଞ୍ଚିଥିବାର ଦେଖିବାକୁ ମିଳୁଛି। ଭଲସାଡର ପାରଡି ତହସିଲରେ ବଳଦଗାଡ଼ିରେ ଏହି ବିବାହ ଶୋଭାଯାତ୍ରା ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା।

ଅନ୍ୟପକ୍ଷରେ ସୁରେନ୍ଦ୍ରନଗରର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ରାଜପଥରେ ଘୋଡାରେ ବସିଥିବା ବର ସହିତ ୧୦୦ ଅଶ୍ୱାରୋହୀଙ୍କୁ ବିବାହ ଶୋଭାଯାତ୍ରାରେ ଦେଖିବାକୁ ମିଳିଛି।  ସେମାନେ ରାସ୍ତାରେ ଟଙ୍କା ବର୍ଷା କରୁଥିବାର ଦେଖିବାକୁ ମିଳୁଛି। 

ଅଧିକ ପଢ଼ନ୍ତୁ: ବିରଳ ମହାଜାଗତିକ ଘଟଣା, ଗୋଟିଏ ଧାଡ଼ିରେ ୬ ଗ୍ରହ

ଏହି ବିବାହ ଶୋଭାଯାତ୍ରା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ଚୋଟିଲାର ଖରେଡି ଗ୍ରାମରେ କ୍ଷତ୍ରିୟ ପରମ୍ପରା ଅନୁଯାୟୀ ବର ମହାବୀର ସିଂ ରାଜ ପୋଷାକ ପିନ୍ଧି ଘୋଡା  ଚଢ଼ିଥିଲେ। ଅହମଦାବାଦ-ରାଜକୋଟ ରାଜପଥରେ ବର ଘୋଡାରେ ବସି ବର ବିବାହ ଶୋଭାଯାତ୍ରାରେ ବାହାରିଥିଲେ।

୧୦୦ ଅଶ୍ୱାରୋହୀ ବର ସହିତ କନ୍ୟାଘରକୁ ଯାଇଥିଲେ। ଏହି ବିବାହ ଶୋଭାଯାତ୍ରାରେ ଟଙତକା ବର୍ଷା କରାଯାଇଥିଲା। ବିବାହ ଶୋଭାଯାତ୍ରା ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ। 

ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି।

ଅଧିକ ପଢ଼ନ୍ତୁ: ଆଘାତର ୧୨ଘଣ୍ଟା ପରେ କୁକୁର ନେଲା ଏଭଳି ପ୍ରତିଶୋଧ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe