viral-marriage-100-horsemen Photograph: (Sambad.in)
ଅହମଦାବାଦ: ଗୁଜରାଟରେ ଏକ ଅଜବ ବିବାହ ଶୋଭାଯାତ୍ରା କରାଯାଇଥିଲା। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ବର ଏକ ଘୋଡା ଉପରେ ବସିଥିବାର ଦେଖିବାକୁ ମିଳୁଛି। ୧୦୦ ଜଣ ଅଶ୍ୱାରୋହୀଙ୍କ ସହିତ ରାଜପଥରେ ଏକ ଶୋଭାଯାତ୍ରା କରାଯାଉଥିବାର ଦେଖିବାକୁ ମିଳୁଛି।
ସେହିପରି ଅନ୍ୟ ଏକ ଭିଡିଓରେ ବର ବଳଦଗାଡ଼ି ବିବାହ ଶୋଭାଯାତ୍ରାରେ କନ୍ୟା ଘରେ ପହଞ୍ଚିଥିବାର ଦେଖିବାକୁ ମିଳୁଛି। ଭଲସାଡର ପାରଡି ତହସିଲରେ ବଳଦଗାଡ଼ିରେ ଏହି ବିବାହ ଶୋଭାଯାତ୍ରା ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା।
୧୦୦ ଅଶ୍ୱାରୋହୀ ବର ସହିତ କନ୍ୟାଘରକୁ ଯାଇଥିଲେ। ଏହି ବିବାହ ଶୋଭାଯାତ୍ରାରେ ଟଙତକା ବର୍ଷା କରାଯାଇଥିଲା। ବିବାହ ଶୋଭାଯାତ୍ରା ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ।
ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ୟୁଜର ଭିନ୍ନ ଭିନ୍ନ ମତ ଦେବାରେ ଲାଗିଛନ୍ତି।
ଅଧିକ ପଢ଼ନ୍ତୁ: ଆଘାତର ୧୨ଘଣ୍ଟା ପରେ କୁକୁର ନେଲା ଏଭଳି ପ୍ରତିଶୋଧ
Follow Us