ହିରୋ ପାଲଟିଲେ ମାମୁଲି ଲୋକ ସହ ଭୋଜନ ବାଣ୍ଟି ଖାଇଥିବା କେରଳ ପୁଲିସ ଅଧିକାରୀ

Advertisment
ହିରୋ ପାଲଟିଲେ ମାମୁଲି ଲୋକ ସହ ଭୋଜନ ବାଣ୍ଟି ଖାଇଥିବା କେରଳ ପୁଲିସ ଅଧିକାରୀ

Image Source: Hindustan Times

ତିରୁବନନ୍ତପୁରମ୍‌: ଧର୍ମଘଟ ଦିନ ତିରୁବନନ୍ତପୁରମ୍‌ ସହର ଉପକଣ୍ଠରେ ଏସ୍‌ ଏସ୍‌ ଶ୍ରୀଜିତ୍‌ ନାମକ ଜଣେ ୩୦ ବର୍ଷିୟ କେରଳ ପୁଲିସ ଅଧିକାରୀ ଜଣେ ମାମୁଲି ଲୋକ ସହ ନିଜ ଭୋଜନ ବାଣ୍ଟି ଖାଇବା ପରେ ସଭିଙ୍କ ଦୃଷ୍ଟିରେ ହିରୋ ପାଲଟି ଯାଇଛନ୍ତି। ସେମାନଙ୍କ ଖାଇବା ଦୃଶ୍ୟର ଭିଡିଓ ସୋମବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା।

ପୋଷ୍ଟିଙ୍ଗ୍‌ ହେବାର ପ୍ରଥମ ତିନି ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ୨୫, ୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଦେଖିଥିଲେ ବୋଲି ରାଜ୍ୟ ପୁଲିସ ଗଣମାଧ୍ୟମ କେନ୍ଦ୍ରରେ ଜଣେ ମୁଖପାତ୍ର କହିଛନ୍ତି। ତାଙ୍କର ଜଣେ ବନ୍ଧୁ ଏହି ଭିଡିଓଟି ସୁଟିଂ କରି ଏମିତି ପୋଲିସ୍‌ ଫ୍ରେଣ୍ଡ୍‌ସ୍‌ ଗ୍ରୁପ୍‌ରେ ପୋଷ୍ଟ୍‌ କରି ଦେଇଥିଲେ ବୋଲି ସେ କହିଛନ୍ତି।

publive-image

ସେହି ସିଭିଲ୍‌ ପୁଲିସ ଅଧିକାରୀ ଶ୍ରୀଜିତ୍‌ଙ୍କୁ ଅଭିନନ୍ଦନ ଜଣାଇବାକୁ ରାଜ୍ୟ ପୁଲିସ ମହାନିର୍ଦେଶକ ଲୋକନାଥ ବେରା ଫୋନ୍‌ କରିଥିଲେ।
ଘଟଣା ସଂକ୍ରାନ୍ତରେ ଶ୍ରୀଜିତ୍‌ କହନ୍ତି: ମୁଁ ଭୋଜନ ପ୍ୟାକେଟ୍‌ ଖୋଲୁଥିବା ବେଳେ ଦେଖିଲି ଜଣେ ଲୋକ ଆମୂଳଚୂଳ ନିରେଖି ଦେଖୁଛନ୍ତି। ଜାଣିଲି ସେ ଭୋକିଲା। ଖାଇଛନ୍ତି କି, ନାହିଁ ବୋଲି ତାଙ୍କୁ ପଚାରିବାରୁ ସେ ମନା କଲେ। ଅଗତ୍ୟା ତାଙ୍କୁ ମୋ ସଙ୍ଗରେ ଖାଇବାକୁ ଡାକିଲି। ପ୍ରଥମେ ସେ ନାହିଁନାସ୍ତି କରୁଥିଲେ, କିନ୍ତୁ ମୁଁ ଜିଗର କରିବାରୁ ସେ ରାଜିହେଲେ।

ଏଇ ମାମୁଲି କଥାଟି ଏତେ ଲୋକପ୍ରିୟ ହେବ ବୋଲି ମୁଁ କଳ୍ପନା କରି ନ ଥିଲି। ଏହି ଭିଡିଓର ଜନପ୍ରିୟତା ବଢ଼ିବା ଦେଖି ପ୍ରଥମେ ମୁଁ ଟିକେ ଛାନିଆ ହୋଇଯାଇଥିଲି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe