ମୋ ପ୍ରେମିକଙ୍କୁ ମାଡ଼ ମାରନାହିଁ: କିଛି ଏଭଳି କହି ଯୁବକଙ୍କୁ କୁଣ୍ଢାଇ ପକାଇଲେ ପ୍ରେମିକା

Advertisment
ମୋ ପ୍ରେମିକଙ୍କୁ ମାଡ଼ ମାରନାହିଁ: କିଛି ଏଭଳି କହି ଯୁବକଙ୍କୁ କୁଣ୍ଢାଇ ପକାଇଲେ ପ୍ରେମିକା

ପାଟନା: ବିହାରରେ କଟିହାରର ଏକ ଭିଡିଓ ଗତ ରବିବାର ଠାରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ୍ ଭିଡିଓରେ ଦେଖାଯାଉଛି ଯେ ଲୋକମାନେ କିପରି ପ୍ରେମୀ ଯୁଗଳଙ୍କୁ ଘେରି ରହିଛନ୍ତି। ଲୋକମାନେ ପ୍ରେମିକଙ୍କୁ ମଧ୍ୟ ପିଟୁଛନ୍ତି। ଆଉ ନିଜ ପ୍ରେମିକଙ୍କୁ ବଞ୍ଚାଇବା ପାଇଁ ପ୍ରେମିକା ଜଣକ କାକୁତିମିନତି ହେଉଥିଲେ ବି କେହି ତାଙ୍କ କଥା ଶୁଣୁନାହାନ୍ତି | ସତେ ଯେମିତି ଏମାନେ ଏମିତି ଭୁଲ କରିଦେଇଛନ୍ତି ଯାହାର କ୍ଷମା ନାହିଁ | ଶେଷରେ ଯୁବତୀ ଜଣକ ଯୁବକଙ୍କୁ ଏମିତି ଜାବୁଡି ଧରିଥିଲେ ଯେ ଯେମିତି କେହି ତାଙ୍କୁ ମାଡ଼ ମାରିବେ ନାହିଁ | କଟିହରର ଫାଲକା ପୁଲିସ ଷ୍ଟେସନ ଅଂଚଳର ଲକ୍ଷ୍ମୀପୁର ଗାଁରେ ଏହି ଘଟଣା ଘଟିଥିବାର କୁହାଯାଉଛି |

ଏବାବଦରେ ପୁଲିସ ସୂଚନା ପାଇବା ପରେ ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରିଥିଲା। ସୂଚନାନୁସାରେ, ଫାଲକା ପୁଲିସ ଷ୍ଟେସନ ଅଞ୍ଚଳର ଲକ୍ଷ୍ମୀପୁର ଗାଁର ବାସିନ୍ଦା ବବନ ଚୋୖଧୁରୀ ଦୁଇ ବର୍ଷ ପୂର୍ବେ ଆରତୀ କୁମାରୀଙ୍କୁ ବିବାହ କରିଥିଲେ। ତେବେ ହଠାତ୍ ଛଅ ମାସ ପୂର୍ବରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଆଉ ଆରତୀ ସ୍ୱାମୀଙ୍କୁ ଛାଡି ସେହି ଗାଁର ଜଣେ ଯୁବକଙ୍କ ସହିତ ପଳାଇଯାଇଥିଲେ | ତେବେ ଶନିବାର ଦିନ ଆରତୀ ସେହି ଯୁବକଙ୍କ ସହ ଗାଁକୁ ଫେରିଥିଲେ |


ଆଉ ଏହା ପରେ ବବନଙ୍କ ପରିବାର ଲୋକ ଓ କିଛି ଗ୍ରାମବାସୀ ଉଭୟଙ୍କୁ ଆକ୍ରମଣ କରିଥିଲେ | ଗ୍ରାମବାସୀମାନେ ପ୍ରେମିକଙ୍କୁ ଆକ୍ରମଣ କରିଥିବାବେଳେ ତାଙ୍କୁ ବଞ୍ଚାଇବାକୁ ଆରତୀ କାକୁତିମିନତି ହୋଇଥିଲେ | ଶେଷରେ ପ୍ରେମିକଙ୍କୁ ବଞ୍ଚାଇବାକୁ ସେ ତାଙ୍କୁ ଜାବୁଡି ଧରିଥିଲେ | ଏହାପରେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଲକ୍ଷ୍ମୀପୁର ଗ୍ରାମରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe