ଅଷ୍ଟିନ: ଟେକ୍ସାସରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଡୁଆଲ୍ ଇଞ୍ଜିନ ପ୍ରୋପେଲର୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଟେକ୍ସାସର ଏକ ରାଜପଥରେ ଖଣ୍ଡଖଣ୍ଡ ହୋଇଯାଉଥିବାର ଦେଖିବାକୁ ମିଳୁଛି। ଘଟଣାର ଗୋଟିଏ ଦିନ ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଆସିଛି ଯେଉଁଥିରେ ଏହି ଦୁର୍ଘଟଣାର ସମ୍ପୂର୍ଣ୍ଣ ଭିଡିଓ ରହିଛି।
ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ, ଏହି ଘଟଣାରେ ରାସ୍ତାରେ ଚଳାଚଳ କରୁଥିବା ଏକାଧିକ ଯାନ କ୍ଷତିଗ୍ରସ୍ତ ହୋଇଛି। ଚାରି ଜଣ ଆହତଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
କିଛି କ୍ଷଣ ପରେ ଏହା ମୋ ଠାରୁ ପ୍ରାୟ ୪୦୦ମିଟର ଦୂରରେ ଖସିପଡ଼ିଥିଲା। ପଏନୋର କହିଛନ୍ତି ଯେ ଦୁର୍ଘଟଣା ପରେ ସେମାନେ ବିମାନ ପାଖକୁ ଦୌଡ଼ିଯାଇ ପାଇଲଟଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ତାଙ୍କୁ ମୁକ୍ତ କରିବାରେ ଅସମର୍ଥ ହୋଇଥିଲେ।
ଅଧିକ ପଢ଼ନ୍ତୁ: ହସିନାଙ୍କୁ ହଟାଇବା ପାଇଁ ଏ, ବି ଏବଂ ସି ଷଡ଼ଯନ୍ତ୍ର ରଚିଥିଲେ ୟୁନୁସ
Follow Us