ରାସ୍ତାରେ ଯାଉଥିବା ସମୟରେ ବେକରେ ଗୁଡ଼ାଇ ହୋଇଗଲା ଅଜଗର, ଅଣନିଶ୍ବାସୀ ହୋଇ ତଳେ ପଡ଼ିଗଲେ ବୃଦ୍ଧ

Advertisment
ରାସ୍ତାରେ ଯାଉଥିବା ସମୟରେ ବେକରେ ଗୁଡ଼ାଇ ହୋଇଗଲା ଅଜଗର, ଅଣନିଶ୍ବାସୀ ହୋଇ ତଳେ ପଡ଼ିଗଲେ ବୃଦ୍ଧ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ଏକ  ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବୃଦ୍ଧଙ୍କ ବେକରେ ଅଜଗର ସାପ ଗୁଡ଼ାଇ ହୋଇଥିବା ଦେଖିବାକୁ ମିଳୁଛି। ଏହି କାରଣରୁ ବୃଦ୍ଧ ଜଣକ ଅଣନିଶ୍ବାସୀ ବି ହୋଇଯାଇଥିବା ଜଣାପଡ଼ିଛି।

ତେବେ କୁହାଯାଉଛି କି, ଅଜଗର ଯେଉଁ ରାସ୍ତା ଦେଇ ଯାଉଥିଲା ସେହି ରାସ୍ତା ଦେଇ ବୃଦ୍ଧ ବି ଯାଉଥିଲେ। ଏହି ସମୟରେ ସେ ଅଜଗରକୁ ହଇରାଣ କରିଥିଲେ। ଏଥିରେ ରାଗି ଯାଇ ଅଜଗର ବୃଦ୍ଧଙ୍କୁ ଆକ୍ରମଣ କରି ତାଙ୍କ ଗଳାରେ ଗୁଡ଼ାଇ ହୋଇଯାଇଥିଲା। ଏ ଦୃଶ୍ୟ ଦେଖି ଘଟଣାସ୍ଥଳରେ ଥିବା ଦୁଇଜଣ ପିଲା ବୃଦ୍ଧଙ୍କ ବେକରୁ ଅଜଗରଟିକୁ କାଢ଼ିବା ପାଇଁ ବହୁ ଉଦ୍ୟମ କରିଥିଲେ।

ଶେ‌ଷରେ ବୃଦ୍ଧଜଣକ ଅଜଗର ସହିତ ତଳେ ପଡ଼ି ଅଣନିଶ୍ବାସୀ ହୋଇଯାଇଥିଲେ। ଏହି ସମୟରେ ଦୁଇଜଣ ପିଲା ଅଜଗର ଲାଞ୍ଜ ଓ ମୁଣ୍ଡକୁ ଧରି ବୃଦ୍ଧଙ୍କ ଗଳାରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଏହାପରେ କ’ଣ ଘଟିଲା, ବୃଦ୍ଧଙ୍କ ଅବସ୍ଥା କିପରି ଅଛି ସେନେଇ କିଛି ସ୍ପଷ୍ଟ ହୋଇ ନଥିଲା। କାରଣ ଭିଡଓରେ ଏତିକି ହିଁ ଦେଖିବାକୁ ମିଳୁଛି।

ଏହି  ଭିଡିଓକୁ vishnurawal_media ନାମକ ପେଜରୁ ସେୟାର କରାଯାଇଛି। ସେୟାର ହେବା ପରଠାରୁ ଏହି ଭିଡିଓକୁ ହଜାରହଜାର ଲୋକ ଦେଖି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe