ରେଳ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ଭିଡିଓ ରେକର୍ଡିଂର ବ୍ୟବସ୍ଥା

Advertisment
ସୋ’ରୁମ୍‌ରୁ ଲୁଟିଲେ ଲେଡି ଲୁଟେରା, ସିସିଟିଭିରେ କଏଦ୍‌ ହେଲା ଦୃଶ୍ୟ

ନୂଆଦିଲ୍ଲୀ: ଦେଶରେ ରେଳ ଦୁର୍ଘଟଣା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଆଣିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଦ୍ବାରା ପ୍ରତିରୋଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରେଳ ପରିଚାଳନା ସମୟରେ ସିଗ୍‌ନାଲର ସ୍ଥିତି ଓ ସେଗୁଡ଼ିକର ତଦାରଖ ପାଇଁ ଷ୍ଟେସନ ମାଷ୍ଟରଙ୍କ ପ୍ରକୋଷ୍ଠ, ପ୍ୟାନେଲ ପ୍ରକୋଷ୍ଠ ତଥା ସିଗ୍‌ନାଲ ରିଲେ ପ୍ରକୋଷ୍ଠରେ ଭିଡିଓ ରେକର୍ଡିଂ ବ୍ୟବସ୍ଥା କରାଯିବ। ଏହି ତିନୋଟି ପ୍ରକୋଷ୍ଠ ଗୁଡ଼ିକରେ ଭିଡିଓ ରେକର୍ଡିଂ କରାଯାଇ ରେଳ ଚଳାଚଳ ଓ ଗତି ଉପରେ ନଜର ରଖାଯିବ। ପ୍ରତ୍ୟେକ ରେଳ ଜୋନ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଏହି ଭିଡିଓ ରେକର୍ଡିଂ ନିୟନ୍ତ୍ରଣ ପ୍ରକୋଷ୍ଠ ଖୋଲିବ ଏବଂ ଅନବରତ ରେକର୍ଡିଂ ଚାଲୁ ରହିବ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ରେଳ ଦୂର୍ଘଟଣା ହେବା ସ୍ଥିତିରେ ଭିଡିଓ ରେକର୍ଡିଂକୁ ତଦନ୍ତର ପରିସରଭୂକ୍ତ କରାଯିବ। ଟ୍ରେନ ଚଳାଚଳ ସମୟରେ କୌଣସି ପ୍ରକାର ଦାୟିତ୍ବହୀନତା ଉପରେ ଏହି ଭିଡିଓ ରେକର୍ଡିଂ ଜରିଆରେ ନଜର ରଖାଯିବ। ରେଳବୋର୍ଡ ପକ୍ଷରୁ ଦେଶର ସମସ୍ତ ଜୋନାଲ ଷ୍ଟେସନ ମାନଙ୍କରେ ଷ୍ଟେସନ ମାଷ୍ଟରଙ୍କ ପ୍ରକୋଷ୍ଠ, ପ୍ୟାନେଲ ପ୍ରକୋଷ୍ଠ ଓ ସିଗ୍‌ନାଲ ରିଲେ ପ୍ରକୋଷ୍ଠରେ ନିରନ୍ତର ଭିଡିଓଗ୍ରାଫି କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଦେଶରେ ବିଭିନ୍ନ ସମୟରେ ରେଳ ଦୂର୍ଘଟଣା ରେଳ ମନ୍ତ୍ରଣାଳୟର ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ମନ୍ତ୍ରଣଳାୟ ଦ୍ବାରା ବିଭିନ୍ନ ଅଭିନବ ଉପାୟରେ ରେଳ ଦୁର୍ଘଟଣାକୁ ଏଡ଼ାଇବାକୁ ପ୍ରୟାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe