ସିଂହଙ୍କୁ ଗୋଡ଼ାଉ ଥିବା ଟ୍ରକ୍‌ ଭିଡିଓ ଭାଇରାଲ୍‌

Advertisment
ସିଂହଙ୍କୁ ଗୋଡ଼ାଉ ଥିବା ଟ୍ରକ୍‌ ଭିଡିଓ ଭାଇରାଲ୍‌

Image Courtesy of TOI

ରାଜକୋଟ: ଏସୀୟ ସିଂହମାନଙ୍କ ଦୟନୀୟ ଅବସ୍ଥାକୁ ବଖାଣି ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଦ୍ରୁତ ବେଗରେ ପ୍ରସାରିତ ହେଉଛି। ଏଥିରେ ଜଣେ ଡ୍ରାଇଭର୍‌ ଗ୍ରେଟର୍‌ ଗିର ଫରେଷ୍ଟ୍‍ ଅଞ୍ଚଳରେ ଗୋଟିଏ ସିଂହୀ ଏବଂ ତା’ର ତିନୋଟି ଛୁଆଙ୍କୁ ଟ୍ରକ୍‌ ଚଳାଇ ଗୋଡ଼ାଉଛନ୍ତି।

ସ୍ଥାନୀୟ ଗ୍ରାମବାସୀଙ୍କ କହିବାନୁସାରେ, ଗୁଜରାଟର ଆମରେଲି ଜିଲ୍ଲା ଅନ୍ତର୍ଗତ ରାଜୁଲା ତାଲୁକରେ ଥିବା ପିବାଓ୍ଵାଓ୍ଵ ବନ୍ଦର ନିକଟସ୍ଥ ରାଜ୍ୟ ରାଜରାସ୍ତାରେ ସେ ଭିଡିଓ ଉତ୍ତୋଳନ କରାଯାଇଛି।

ଟ୍ରକ୍‌ ଡ୍ରାଇଭର୍‌ଜଣକ ହିନ୍ଦୀ ଭାଷାରେ କହୁଛନ୍ତି ଏବଂ ସିଂହଙ୍କୁ ଗୋଡ଼ାଉଛନ୍ତି। ଏତିକିବେଳେ ତାଙ୍କ ପାଖରେ ବସିଥିବା ଜଣେ ଲୋକ ନିଜ ମୋବାଇଲ୍‌ରେ ଏହାକୁ ସୁଟିଙ୍ଗ୍‌ କରୁଛନ୍ତି। ସମ୍ଭବତଃ ରାଜ୍ୟ ବାହାରୁ ଟ୍ରକ୍‌ଟି ପିପାଓ୍ଵାଓ୍ଵ ବନ୍ଦରକୁ ଆସିଥିଲା।

ଭିଡିଓରେ ଦେଖା ଯାଉଛି, ଟ୍ରକ୍‌ ଗୋଡ଼ାଉଥିବା ଦେଖି ସିଂହୀ ଓ ତା’ର ତିନି ପିଲା ଭୟରେ ଦୌଡୁଛନ୍ତି।

ବନ୍ୟଜନ୍ତୁ କର୍ମୀ ଅତାଭାଇ ଓ୍ଵଗ୍‌ କହନ୍ତି: ସିଂହମାନେ ବସବାସ କରୁଥିବା ଅଞ୍ଚଳରେ ବନ ବିଭାଗ ଟ୍ରାକର୍‌ମାନଙ୍କୁ ନିଯୁକ୍ତି ଦେବା ସହ ଫରେଷ୍ଟର୍‌ମାନଙ୍କୁ ମୁତୟନ କରିଛନ୍ତି, କିନ୍ତୁ ସେମାନେ ବିଲୁପ୍ତ ଜନ୍ତୁଙ୍କ ସୁରକ୍ଷା ପ୍ରତି ଯତ୍ନବାନ ନୁହନ୍ତି।

ବନ ବିଭାଗର ଉଚ୍ଚ ଅଧିକାରୀମାନେ ଏ ମାମଲାର ତଦନ୍ତ କରୁଛନ୍ତି।

ଏଇଟି ଗୋଟିଏ ମାତ୍ର ଘଟନା ନୁହେଁ। ଜଣେ ମଟର୍‌ସାଇକେଲ୍‌ବାଲା ଗୋଟାଏ ସିଂହକୁ ଗୋଡ଼ାଉଥିବାର ଦୃଶ୍ୟ ସମ୍ବଳିତ ଭିଡିଓ ଗତ ନଭେମ୍ବର ମାସରେ ଭାଇରାଲ ହୋଇଥିଲା। ଜନ ଅସନ୍ତୋଷ ଦେଖା ଦେବାରୁ ବନ ବିଭାଗ ତଦନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଆଜି ଯାଏ କାହାକୁ ଗିରଫ କରାଯାଇ ନାହିଁ।

ବନ ବିଭାଗର ଉଦାସୀନତା ଜୀବପ୍ରେମୀ ଏବଂ ସିଂହ ସୁରକ୍ଷା ଦଳ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe