ଟ୍ରେନ୍‌ ଭିତରେ ସାପ; ଯାତ୍ରୀଙ୍କ ଭିତରେ ଖେଳିଗଲା ଭୟର ଆତଙ୍କ

Advertisment

ଏକ ଟ୍ରେନରେ ଦେଖିବାକୁ ମିଳିଛି ଏକ ଅଦ୍ଭୂତ ଦୃଶ୍ୟ। ଯାତ୍ରୀମାନେ ଟ୍ରେନ୍‌ରେ ଆରାମରେ ବସି ଯାତ୍ରା କରୁଥିବା ବେଳେ ସେଥିରେ ଏକ ସାପକୁ ଦେଖିବାକୁ ମିଳିଥିଲା। ତା’ପରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ କିଏ କୁଆଡ଼େ ଦୌଡ଼ିଥିଲେ ତା’ର ଠିକଣା ନାହିଁ। 

Updated On

ଏକ ଟ୍ରେନରେ ଦେଖିବାକୁ ମିଳିଛି ଏକ ଅଦ୍ଭୂତ ଦୃଶ୍ୟ। ଯାତ୍ରୀମାନେ ଟ୍ରେନ୍‌ରେ ଆରାମରେ ବସି ଯାତ୍ରା କରୁଥିବା ବେଳେ ସେଥିରେ ଏକ ସାପକୁ ଦେଖିବାକୁ ମିଳିଥିଲା। ତା’ପରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ କିଏ କୁଆଡ଼େ ଦୌଡ଼ିଥିଲେ ତା’ର ଠିକଣା ନାହିଁ। 

ଅଦ୍ୟତନ ହୋଇଛି
snake

ମୁମ୍ବାଇ: ଏକ ଟ୍ରେନରେ ଦେଖିବାକୁ ମିଳିଛି ଏକ ଅଦ୍ଭୂତ ଦୃଶ୍ୟ। ଯାତ୍ରୀମାନେ ଟ୍ରେନ୍‌ରେ ଆରାମରେ ବସି ଯାତ୍ରା କରୁଥିବା ବେଳେ ସେଥିରେ ଏକ ସାପକୁ ଦେଖିବାକୁ ମିଳିଥିଲା। ତା’ପରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ କିଏ କୁଆଡ଼େ ଦୌଡ଼ିଥିଲେ ତା’ର ହିସାବ ନାହିଁ। 

ଯାତ୍ରୀମାନେ ଉପର ବର୍ଥରେ ଲାଗିଥିବା ଲୁହା ଉପରେ ଏକ ଲମ୍ବା ସାପକୁ ଦେଖି ପ୍ରଥମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ତା’ପ‌େ କିଛି ସମୟ ମଧ୍ୟରେ ଟ୍ରେନ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଏହି ଘଟଣା ଘଟିଥିବା ସୂଚନା ରହିଛି। ଯେତେବେଳେ ଜଣେ ଯାତ୍ରୀ କୋଚ ନମ୍ବର ଜି୧୭ରେ ସାପର ଶବ୍ଦ ଶୁଣି ଅନ୍ୟମାନଙ୍କୁ ସଚେତନ କରାଇଲେ ସେତେବେଳେ ଆତଙ୍କ ଖେଳିଯାଇଥିଲା। ପ୍ରଥମେ ସାପର ଶବ୍ଦ ଶୁଣି ଉପରକୁ ଚାହିଁଲା ବେଳକୁ ସାପଟି ଗୁଡ଼େଇ ଗାଡ଼େଇ ହୋଇ ସେଠାରେ ରହିଥାଲ।

ରିପୋର୍ଟରେ କୁହାଯାଇଛି ଯେ କିଛି ସମୟ ମଧ୍ୟରେ ସାପକୁ ସୁରକ୍ଷିତ ଭାବେ ଟ୍ରେନ୍‌ରୁ ବାହାରକୁ ବାହର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe