କଏଦୀର ଭିଡିିଓ ଭାଇରାଲ:ବିବାଦୀୟ ବାର୍ତ୍ତା ପାଇଁ ସୋସିଆଲ ମିଡିଆରେ ଝଡ଼

Advertisment
କଏଦୀର ଭିଡିିଓ ଭାଇରାଲ:ବିବାଦୀୟ ବାର୍ତ୍ତା ପାଇଁ ସୋସିଆଲ ମିଡିଆରେ ଝଡ଼

ଜୟପୁର: ଦୁଇମାସ ତଳେ ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡି ଏବେ ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଧୀ ଥିବା ସମ୍ଭୁଲାଲ୍‌ ରେଗାରର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ସମ୍ଭୁଲାଲର ଏହି ଭିଡ଼ିଓରେ ଥିବା କିଛି ବିବାଦୀୟ ବାର୍ତ୍ତକୁ ନେଇ ସୋସିଆଲ ମିଡ଼ିଆରେ ଝଡ଼ ସୃଷ୍ଟି ହେଲାଣି। ଜେଲ ସୁପରିଟେଣ୍ଡେଣ୍ଟ ଏହି ଭିଡ଼ିଓର ଯାଞ୍ଚ କରିବା ସହ ଏହି ଘଟଣାର ତଦନ୍ତ କରିବେ ବୋଲି ଗଣାମଧ୍ୟମରେ କହିଛନ୍ତି। ଏହି ନୂତନ ଭିଡ଼ିଓରେ ସମ୍ଭୁଲାଲ୍‌ ମୁସ୍‌ଲିମ୍‌ ସମ୍ପ୍ରଦାୟଙ୍କ ବିରୋଧରେ ବିଷୋଦ୍ଗାର କରିଥିବା ବେଳେ ସେମାନଙ୍କ ଜିହାଦୀ କହି ସେମାନଙ୍କ ବିରୋଧରେ ହିନ୍ଦୁମାନେ ଏକତ୍ରିତ ହେବାକୁ କହିଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମସ୍ତେ ସମର୍ଥନ କରିବା ସହିତ ମନରେ ଦେଶଭକ୍ତିର ଭାବନା ଜାଗ୍ରତ କରିବାକୁ ସେ ଲେଖିଥିବା ଏକ‘ ରିମିକ୍ସ ଦେଶଭକ୍ତି ଭଜନ ’ ସବୁଦିନ ଶୁଣିବାକୁ କହିଛି। ଉଚ୍ଚ ସୁରକ୍ଷା ବଳୟରେ ଥିବା ସେଣ୍ଟ୍ରାଲ ଜେଲରେ କଏଦୀ ବେଧଡ଼କ ମୋବାଇଲ ଓ ଇଣ୍ଟରନେଟ ବ୍ୟବହାର କରୁଥିବା ଘଟଣା ସାଧାରଣରେ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଭିଡ଼ିଓରେ ସେ କହିଛି ଯେ, ହିିନ୍ଦୁଙ୍କ ସୁରକ୍ଷା ପାଇଁ ସେ ହତ୍ୟାକରି ଆଦୌ ଅବଶୋଷ କରୁନାହିଁ। ଏହି ଜେଲରେ ଆଶାରାମ ବାପୁ ଭଳି ଅପରାଧୀ ମଧ୍ୟ ରହିଛନ୍ତି। ତେବେ ଏଠାରେ ଥିବା ସିସିଟିଭି କାମ କରୁନଥିବା ବେଳେ ନେଟଓ୍ଵାର୍କ ଜାମର କେବଳ ଟୁଜି ନେଟଓ୍ଵାର୍କ ଜାମ କରିପାରୁଛି। ଯେଉଁଥିପାଇଁ ଏହି ଜେଲ ପରିସରରେ ଅନେକ ସମୟରେ ଅପ୍ରିତୀକର ପରିସ୍ଥିତି ସୃଷ୍ଟି ମଧ୍ୟ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe