କ୍ବାରେଣ୍ଟାଇନ ନିୟମ ଭାଙ୍ଗି ଏକାଧିକ ଲୋକଙ୍କୁ କରୋନା ସଂକ୍ରମିତ କରିଥିବାରୁ ଭିଏତନାମରେ ଜଣେ ବ୍ୟକ୍ତିଙ୍କୁ ୫ବର୍ଷ ଜେଲ

କ୍ବାରେଣ୍ଟାଇନ ନିୟମ ଭାଙ୍ଗି ଏକାଧିକ ଲୋକଙ୍କୁ କରୋନା ସଂକ୍ରମିତ କରିଥିବାରୁ ଭିଏତନାମରେ ଜଣେ ବ୍ୟକ୍ତିଙ୍କୁ ୫ବର୍ଷ ଜେଲ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ାଇଥିବାରୁ ଭିଏତନାମରେ ଜଣେ ବ୍ୟକ୍ତିଙ୍କୁ ୫ବର୍ଷ ଜେଲ ଦଣ୍ଡ ଦିଆଯାଇଛି। କରୋନାର କ୍ବାରେଣ୍ଟାଇନ ନିୟମକୁ ଉଲଂଘନ କରି ତାଙ୍କ ସଂଶ୍ପର୍ଷରେ ଆସିଥିବା ଲୋକଙ୍କୁ କରୋନା ସଂକ୍ରମିତ କରାଇଥିବାରୁ ବ୍ୟକ୍ତିଙ୍କୁ ଏଭଳି ଦଣ୍ଡ ଦିଆଯାଇଛି।

ସୂଚନା ମୁତାବକ, କୋର୍ଟରେ ବିଚାର କରାଯିବା ପରେ ଲେ ୱାନ୍ ଟ୍ରାଇ (୨୮)ଙ୍କୁ ବିପଜ୍ଜନକ ସଂକ୍ରାମକ ରୋଗ ବିସ୍ତାର କରିବା ନେଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଟ୍ରାଇ ୨୧ ଦିନିଆ କ୍ବାରେଣ୍ଟାଇନ ନିୟମ ଉଲଂଘନ କରି ହୋ ଚି ମିନ୍ ସିଟିରୁ ସା ମୋଉକୁ ଫେରିଥିଲେ। ଏହି ସମୟରେ ତାଙ୍କ ସଂଶ୍ପର୍ଷରେ ଆସିଥିବା ଲୋକେ କରୋନା ସଂକ୍ରମିତ ହୋଇଥିଲେ। ନିଜ ସହ ଅନ୍ୟ ଲୋକଙ୍କ ଜୀବନ ବିପଦରେ ପକାଇଥିବା ତାଙ୍କୁ ୫ବର୍ଷ ଜେଲ ଦଣ୍ଡ ଦିଆଯାଇଛି।

publive-image www.indiatoday.in

ସମାନ ଅଭିଯୋଗରେ ଦେଶ ଅନ୍ୟ ଦୁଇ ଜଣଙ୍କୁ ୧୮ମାସ ଏବଂ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛି। ଭିଏତନାମରେ ଏବେ କରୋନା ସ୍ଥିତି ସଙ୍ଗୀନ ରହିଥିବା‌ ବେଳେ ନିୟମ ଉଲଂଘନକାରୀଙ୍କୁ କଡ଼ା ଦଣ୍ଡ ଦିଆଯାଉଛି। ପ୍ରଥମ ଲହରରେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇସାରିଥିବା ବେଳେ ଲୋକଙ୍କ ନିୟମ ଉଲଂଘନ ପାଇଁ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe