ଭିଜିଲାନ୍ସ ଜାଲରେ କୋଟିପତି ଇଞ୍ଜିନିୟର : ଯାଞ୍ଚ ସମୟରେ ବିଛଣା ତଳୁ ମିଳିଲା ବିପୁଳ ଟଙ୍କା, ଗଣିବା ପାଇଁ ମଗାଇବାକୁ ପଡିଲା ମେସିନ

ଭିଜିଲାନ୍ସ ଜାଲରେ କୋଟିପତି ଇଞ୍ଜିନିୟର : ଯାଞ୍ଚ ସମୟରେ ବିଛଣା ତଳୁ ମିଳିଲା ବିପୁଳ ଟଙ୍କା, ଗଣିବା ପାଇଁ ମଗାଇବାକୁ ପଡିଲା ମେସିନ

ବିହାର : ଟଙ୍କାର ଗଦି ଉପରେ ଶୋଉଥିଲେ ସରକାରୀ ବାବୁ। ଏଭଳି ଏକ ଘଟଣା ବିହାରରେ ଦେଖିବାକୁ ମିଳିଛି । ଜଣେ ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ଏହି ଖବର ସାମ୍ନାକୁ ଆସିଛି। ଚଢାଉ ପରେ ଭିଜିଲାନ୍ସ ଅଧିକାରୀଙ୍କୁ ଏତେ ଟଙ୍କା ମିଳିଛି ଯେ ତାହାକୁ ରଖିବା ପାଇଁ ମଧ୍ୟ ଜାଗା ନାହିଁ। ଶନିବାର ଓ ରବିବାର ବ୍ୟାଙ୍କ୍ ବନ୍ଦ ଥିଲେ ମଧ୍ୟ ଏହି ଟଙ୍କା ବ୍ୟାଙ୍କରେ ରଖିବାକୁ ଆରବିଆଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

publive-image

ସୂଚନା ଅନୁଯାୟୀ, ବିହାର ସରକାରରେ ପୂର୍ତ୍ତ ବିଭାଗରେ କାମ କରୁଥିବା ଇଞ୍ଜିନିୟର ସୁରେଶ ପ୍ରସାଦ ଓ କ୍ୟାସିୟର ଶଶିଭୂଷଣ କୁମାରଙ୍କୁ ୧୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା ଭିଜିଲାନ୍ସ। ରାସ୍ତା କାମର ବିଲ୍ ପାଇଁ କଣ୍ଟ୍ରାକ୍ଟରଙ୍କୁ ୨୮ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ ଇଞ୍ଜିନିୟର। ତେବେ କଣ୍ଟ୍ରାକ୍ଟର ଜଣକ ୧୪ ଲକ୍ଷ ଟଙ୍କା ନେଇ ଇଞ୍ଜିନିୟରଙ୍କ ଘରକୁ ଯାଇଥିଲେ।ଆଉ ଏହି ପୂରା ଘଟଣା ଉପରେ ନଜର ରଖିଥିବା ଭିଜିଲାନ୍ସ ଟିମ୍। ଲାଞ୍ଚ କାରବାର ସମୟରେ ହିଁ ସୁରେଶ ପ୍ରସାଦଙ୍କୁ ଗିରଫ କରିଥିଲା।

ସୁରେଶ ପ୍ରସାଦଙ୍କୁ ଗିରଫ କରିବା ପରେ ତାଙ୍କ ପୂରା ଘରକୁ ଯାଞ୍ଚ କରିଥିଲା ଭିଜିଲାନ୍ସ। ଯାଞ୍ଚ ସମୟରେ ପ୍ରାୟ ୨ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍। ଏପରିକି ଏତେ ଟଙ୍କା ଜବତ ହୋଇଥିଲା ଯେ, ଏହାକୁ ଗଣିବା ପାଇଁ ସ୍ୱତନ୍ତ୍ର ଟଙ୍କା ଗଣା ମେସିନ ମଗାଇବାକୁ ପଡିଥିଲା। ଖାସକରି ସୁରେଶ ପ୍ରସାଦଙ୍କ ବିଛଣା ତଳୁ କୋଟିଏରୁ ଅଧିକ ଟଙ୍କା ମିଳିଥିଲା। ଆଉ ଏହି ଟଙ୍କାର ବିଛଣା ଉପରେ ଶୋଉଥିଲେ ସୁରେଶ। ଏହାପୂର୍ବରୁ ବିହାରର କୌଣସି ସରକାରୀ ଅଧିକାରୀଙ୍କ ଘରୁ ଏତେ ଟଙ୍କା ଜବତ କରାଯାଇନାହିଁ। ତେଣୁ ଜବତ ହୋଇଥିବା ଟଙ୍କାକୁ ବ୍ୟାଙ୍କରେ ରଖିବାକୁ ଚେଷ୍ଟା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe