ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ ଗୋଖଲେ

Advertisment
ଭାରତର ବୈଦେଶିକ ସଚିବ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ ଗୋଖଲେ

Image Courtesy of NDTV

ନୂଆଦିଲ୍ଲୀ: ଡୋକଲାମ୍‌ ଅଚଳାବସ୍ଥା ସମାଧାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଅଭିଜ୍ଞ କୂଟନୀତିଜ୍ଞ ବିଜୟ କେଶବ ଗୋଖଲେ ଆଜି ଏସ୍‌ ଜୟଶଙ୍କରଙ୍କ ଠାରୁ ବୈଦେଶିକ ସଚିବ ଭାର ଗ୍ରହଣ କରିଛନ୍ତି।

୧୯୮୧ ବ୍ୟାଚ୍‌ର ଆଇ ଏଫ୍‌ ଏସ୍‌ ଅଧିକାରୀ ଗୋଖଲେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ଅର୍ଥନୈତିକ ସମ୍ପର୍କ ବିଭାଗର ସଚିବ ଭାବେ କାର୍ଯ୍ୟ ତୁଲାଇଛନ୍ତି।

ସେ ୨୦୧୬ ମସିହା ଜାନୁଆରି ୨୦ ତାରିଖରୁ ୨୦୧୭ ଅକ୍ଟୋବର ୨୧ ତାରିଖ ଯାଏଁ ଚୀନ୍‌ରେ ଭାରତର ରାଷ୍ଟ୍ରଦୂତ ଥିଲେ। ଅକ୍ଟୋବର ୨୦୧୩ ରୁ ଜାନୁଆରି ୨୦୧୬ ଯାଏଁ ସେ ଭାରତ ତରଫରୁ ଜର୍ମାନିର ରାଷ୍ଟ୍ରଦୂତ ଥିଲେ। ବୈଦେଶିକ ସଚିବ ପଦରେ ଗୋଖଲେ ଦୁଇ ବର୍ଷ କାମ କରିବେ। ହଙ୍ଗ୍‌ କଙ୍ଗ୍‌, ହାନୋଇ ଏବଂ ନିୟୁୟର୍କ ଆଦି ଭାରତୀୟ ଅଭିଯାନରେ ସେ କାମ କରିଥିଲେ। ସେ ବୈଦେଶିକ ମନ୍ତ୍ରାଳୟରେ ଚୀନ୍‌ ଓ ପୂର୍ବ ଏସିଆର ନିର୍ଦେଶକ ପଦବୀ ଓ ପୂର୍ବ ଏସିଆର ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଛନ୍ତି।

ଏ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆହୂତ କ୍ୟାବିନେଟ୍‌ର ଆପଏଣ୍ଟ୍‌ମେଣ୍ଟ୍‌ସ୍‌ କମିଟି ବୈଦେଶିକ ସଚିବ ଭାବେ ଗୋଖଲେଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe