Image Courtesy of NDTV
ଲଣ୍ଡନ୍: ଇଂଲଣ୍ଡରେ ରହିବା ପାଇଁ ସମର୍ଥ ହେବା ଲାଗି ‘ବିକଳ୍ପ ଉପାୟ’ ନିମନ୍ତେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଇଂଲଣ୍ଡ୍ର ଗୃହ ସଚିବ ପ୍ରୀତି ପଟେଲ୍ଙ୍କୁ ଆବେଦନ କରିଥିବା କଥା ଶୁକ୍ରବାର ଦିନ ଲଣ୍ଡନ୍ ହାଇକୋର୍ଟର ଏକ ଭିଡିଓ କନ୍ଫରେନ୍ସିଙ୍ଗ୍ ଶୁଣାଣିରେ ତାଙ୍କ ବାରିଷ୍ଟର୍ ସୁନିଶ୍ଚିତ କରିଛନ୍ତି।
ଭାରତ ସରକାରଙ୍କ ପ୍ରତ୍ୟର୍ପଣ ଅନୁରୋଧକୁ ଚାଲେଞ୍ଜ୍ କରି ଗତବର୍ଷ ଇଂଲଣ୍ଡ୍ର ସୁପ୍ରିମ୍ କୋର୍ଟ ସ୍ତରରେ ପରାସ୍ତ ହୋଇଥିବା ୬୫ ବର୍ଷିୟ ବ୍ୟବସାୟୀ ମାଲ୍ୟା ଜାମିନ ପାଇ ଇଂଲଣ୍ଡ୍ରେ ଅବସ୍ଥାନ କରୁଛନ୍ତି। ତାଙ୍କର ଭାରତ ପ୍ରତ୍ୟର୍ପଣ ଆଦେଶ ପଟେଲ୍ଙ୍କ ସମ୍ମତି ଉପରେ ନିର୍ଭର କରୁଛି। ସମ୍ପ୍ରତି ସ୍ଥାଣୁ ଅବସ୍ଥାରେ ଥିବା କିଙ୍ଗ୍ଫିସର୍ ଏୟାର୍ଲାଇନ୍ ସମ୍ବନ୍ଧିତ ଆର୍ଥିକ ଠକେଇ ଅଭିଯୋଗର ବିଚାର ଲାଗି ମାଲ୍ୟାଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତ ଇଂଲଣ୍ଡକୁ ଅନୁରୋଧ କରିଥିଲା।
Image Courtesy of Light Year Newsଇଂଲଣ୍ଡ୍ର ଗୃହ ବିଭାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ, ପ୍ରତ୍ୟର୍ପଣ ଆଦେଶ କାର୍ଯ୍ୟକାରୀ ହେବା ପୂର୍ବରୁ ଗୋପନୀୟ ଆଇଗତ ପ୍ରକ୍ରିୟା ଚାଲିଛି। ତେଣୁ, ବିଜୟ ମାଲ୍ୟା ଇଂଲଣ୍ଡ୍ରେ ରାଜନୈତିକ ଆଶ୍ରୟ ପାଇଁ ଆବେଦନ କରିଛନ୍ତି ବୋଲି କଳ୍ପନାଜଳ୍ପନା ଚାଲିଛି। କିନ୍ତୁ, ଏ ପ୍ରସଙ୍ଗରେ ଇଂଲଣ୍ଡର ଗୃହ କାର୍ଯ୍ୟାଳୟ କୌଣସି କଥା ସୁନିଶ୍ଚିତ କରି କହିନାହିଁ କି, ଅଗ୍ରାହ୍ୟ ମଧ୍ୟ କରିନାହିଁ। କେବଳ ସୂଚନା ଦେଇଛି ଯେ, ଏକ ଆବେଦନ ପତ୍ର ପଡ଼ିରହିଛି।
ବିଜୟ ମାଲ୍ୟାଙ୍କ ବାରିଷ୍ଟର୍ ଫିଲିପ୍ ମାର୍ସାଲ୍ କହିଛନ୍ତି, ପ୍ରତ୍ୟର୍ପଣ ଆଦେଶ କାଏମ ରହିଥିଲେ ବି ସେ ଇଂଲଣ୍ଡ୍ରେ ଅବସ୍ଥାନ କରୁଛନ୍ତି। ଆପଣମାନେ ହୁଏ ତ ଜାଣିଥିବେ ‘ଷ୍ଟାଟସ୍’ ନିମନ୍ତେ ‘ସେକ୍ରେଟେରି ଅଫ୍ ଷ୍ଟେଟ୍’ଙ୍କୁ ବିକଳ୍ପ ଉପାୟ ଲାଗି ଆବେଦନ କରିବାର ବ୍ୟବସ୍ଥା ରହିଛି।
Follow Us