ବିଜୟ ମାଲ୍ୟାକୁ ଝଟକା; ଅବମାନନା ମାମଲାର ସମୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

ବିଜୟ ମାଲ୍ୟାକୁ ଝଟକା; ଅବମାନନା ମାମଲାର ସମୀକ୍ଷା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

The Financial Express

ନୂଆଦିଲ୍ଲୀ: ଆଜି ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଦେଶରୁ ପଳାୟନ କରିଥିବା ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ସହ ଜଡିତ ଏକ ଆବେଦନ ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟ ବିଜୟ ମାଲ୍ୟାଙ୍କୁ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ, ଏହା ପରେ ମାଲ୍ୟା ଏହାର ସମୀକ୍ଷା ପାଇଁ ଆବେଦନ କରିଥିଲେ। କୋର୍ଟ ବର୍ତ୍ତମାନ ଏହି ସମୀକ୍ଷା ଆବେଦନକୁ ଖାରଜ କରିଦେଇଛନ୍ତି। ଅର୍ଥାତ୍ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ରାୟ ଜାରି ରହିବ। ଅଗଷ୍ଟ ୨୭ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ସୂଚନା ମୁତାବକ, ଏହି ସମଗ୍ର ବିଷୟ ଏକ ଆର୍ଥିକ କାରବାର ସହିତ ଜଡିତ | ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଦେଶରୁ ପଳାୟନ କରିବା ପରେ ସୁପ୍ରିମକୋର୍ଟ ଋଣ ନେଇଥିବା ଟଙ୍କା ବ୍ୟାଙ୍କକୁ ଫେରାଇବା ପାଇଁ କହିଥିଲେ। ହେଲେ ମାଲ୍ୟା କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ଯାଇ ବ୍ୟାଙ୍କ ଋଣ ପରିଶୋଧ କରିବା ପରିବର୍ତ୍ତେ ଟଙ୍କା ତାଙ୍କ ପୁଅର ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରିଦେଇଥିଲେ। ମାଲିଆ ୪୦ମିଲିୟନ ଆମେରିକୀୟ ଡଲାର ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଥିଲା।

विजय माल्या पर आज सुप्रीम कोर्ट का फैसला aajtak

ତେବେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅବମାନନା କରିବା ପରେ ମେ’ ୨୦୧୭ରେ କୋର୍ଟ ମାଲ୍ୟାଙ୍କୁ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୭ରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱାଧୀନ ବ୍ୟାଙ୍କଗୁଡିକର ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଥିଲେ। ପରେ ଏହି ନିଷ୍ପତ୍ତି ବିରୋଧରେ ମାଲ୍ୟା ସୁପ୍ରିମକୋର୍ଟରେ ଏକ ସମୀକ୍ଷା ଆବେଦନ କରିଥିଲେ, ଯାହାକୁ ଆଜି ଖାରଜ କରିଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe