କ୍ଷମା ମାଗିଲେ ମାଲ୍ୟା; ଭାରତ ଫେରିବା ପାଇଁ ରଖିଲେ ଏଭଳି ସର୍ତ୍ତ

ବିଜୟ ମାଲ୍ୟା ଏକ ପଡକାଷ୍ଟ‌ରେ ଯୋଗ ଦେଇ କିଙ୍ଗଫିଶର ଏୟାରଲାଇନ୍ସର ପତନ ପାଇଁ କ୍ଷମା ମାଗିଥିବା ସହିତ ତାଙ୍କ ବିରୋଧରେ ଥିବା ଚୋରି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି,‘ମୁଁ ଭାରତ ଫେରିବା ପାଇଁ ଏକ ସର୍ତ୍ତ ରଖିଛି।

wet

ନୂଆଦିଲ୍ଲୀ:ଗତବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚାମ୍ପିଅନ ହେବାପରେ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଚର୍ଚ୍ଚାର ପରିସରକୁ ଆସିଛି। ଆରସିବିର ବିଜୟ ପରେ ଦଳର ପ୍ରଥମ ମାଲିକ ଥିବା ମାଲ୍ୟା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋର ଅନେକ ଦିନର ସ୍ବପ୍ନ ପୂରା ହୋଇଛି।’ 

ଏହି କ୍ରମରେ ଶୁକ୍ରବାର ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା ଏକ ପଡକାଷ୍ଟ‌ରେ ଯୋଗ ଦେଇ କିଙ୍ଗଫିଶର ଏୟାରଲାଇନ୍ସର ପତନ ପାଇଁ କ୍ଷମା ମାଗିଥିବା ସହିତ ତାଙ୍କ ବିରୋଧରେ ଥିବା ଚୋରି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି,‘ମୁଁ ଭାରତ ଫେରିବା ପାଇଁ ଏକ ସର୍ତ୍ତ ରଖିଛି। ଯଦି ମୋତେ ଏକ ନିରପେକ୍ଷ ବିଚାର ଏବଂ ଭାରତରେ ଏକ ସମ୍ମାନଜନକ ଜୀବନ ବଞ୍ଚିବାର ପ୍ରତିଶ୍ରୁତି ମିଳେ, ତେବେ ମୁଁ ଭାରତ ଫେରିବା ବିଷୟରେ ଗମ୍ଭୀରତାର ସହିତ ଚିନ୍ତା କରିବି। ମୋତେ ପଳାତକ କହିପାରିବ କିନ୍ତୁ ମୋତେ ଚୋର କୁହ ନାହିଁ। ମାନୁଛି ମୁଁ ପଳାତକ କିନ୍ତୁ  ଚୋର କହିବାର ଅର୍ଥ କ'ଣ?’

ବିଜୟ ମାଲ୍ୟାଙ୍କ ଉପରେ ଭାରତୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା କିଙ୍ଗଫିଶର ଏୟାରଲାଇନ୍ସକୁ ଦିଆଯାଇଥିବା ୯,୦୦୦ କୋଟି ଟଙ୍କାରୁ ଅଧିକ ଋଣ ପରିଶୋଧ ନକରିବାର ଅଭିଯୋଗ ରହିଛି। ଭାରତ ସରକାର ବିଜୟ ମାଲ୍ୟାଙ୍କୁ ଆଇନଗତ ଭାବରେ ଭାରତ ଆଣିବାକୁ ଚେଷ୍ଟା କରୁଛନ୍ତି। ୨୦୧୮ ମସିହାରେ ୟୁକେର ଏକ କୋର୍ଟ ତାଙ୍କ ପ୍ରତ୍ୟର୍ପଣ ପାଇଁ ରାୟ ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe