ଅଦାଲତ ଅବମାନନା କାରଣରୁ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍‌ ଦଣ୍ଡାଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ଅଦାଲତ ଅବମାନନା କାରଣରୁ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍‌ ଦଣ୍ଡାଦେଶ ଦେଲେ ସୁପ୍ରିମ୍‌ କୋର୍ଟ

Image Courtesy of NDTV

ନୂଆଦିଲ୍ଲୀ: ୨୦୧୭ର ଏକ ଅଦାଲତ ଅବମାନନା ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍‌ ଦଣ୍ଡାଦେଶ ଓ ୨୦୦୦/- ଟଙ୍କା ଜରିମାନା କରିଛନ୍ତି।

ସୂଚନାଯୋଗ୍ୟ, ଅଦାଲତ ଆଦେଶ ଉଲ୍ଲଂଘନ କରି ସେ ତାଙ୍କ ପିଲାମାନଙ୍କ ପାଖକୁ ୪୦ ନିୟୁତ ଡଲାର୍‌ ଟ୍ରାନ୍‌ସଫର୍‌ କରିଥିବାରୁ ୨୦୧୭ରେ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

୪ ମାସ ମଧ୍ୟରେ ଜରିମାନା ବାବଦ ଅର୍ଥରାଶି ସୁପ୍ରିମ୍‌ କୋର୍ଟ ଲିଗାଲ୍‌ ସର୍ଭିସେସ୍‌ ଅଥରିଟିରେ ଜମା ନ କଲେ ତାଙ୍କୁ ଆଉ ୨ ମାସ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

publive-image Image Courtesy of Telegraph India

ସୁପ୍ରିମ୍‌ କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ପିଲାମାନଙ୍କୁ ବିଜୟ ମାଲ୍ୟା ‘ଟ୍ରାନ୍‌ସ୍‌ଫର୍‌’ କରିଥିବା ୪୦ ନିୟୁତ ଡଲାର୍‌ ବେଆଇନ। ସେମାନେ ୮% ସୁଧ ସହ ୪ ସପ୍ତାହ ମଧ୍ୟରେ ଉକ୍ତ ଅର୍ଥରାଶିକୁ ‘ରିକଭରି ଅଫିସର୍‌’ଙ୍କୁ ଫେରାଇ ଦିଅନ୍ତୁ ବୋଲି ସୁପ୍ରିମ୍‌ କୋର୍ଟ ଆଦେଶ‌ ଦେଇଛନ୍ତି। ଯଦି ଅର୍ଥରାଶି ଫେରସ୍ତ ନ ମିଳେ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ଆଟାଚ୍‌ କରାଯିବ।

ନ୍ୟାୟର ମର୍ଯ୍ୟାଦା ବଜାୟ ରଖିବା ଲାଗି ଆମେ ସମୁଚ୍ଚିତ ଦଣ୍ଡବିଧା କରିବା ଉଚିତ କହି ବିଚାରପତି ୟୁ.ୟୁ. ଲଳିତ, ଏସ୍‌. ରବୀନ୍ଦ୍ର ଭଟ୍ଟ ଏବଂ ପି.ଏସ୍‌. ନରସିଂହଙ୍କ ଖଣ୍ଡପୀଠ ଉପରୋକ୍ତ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ‘ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ’ ନେତୃତ୍ବାଧୀନ ବ୍ୟାଙ୍କ୍ସମୂହ ବିଜୟ ମାଲ୍ୟାଙ୍କ ନାଁରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।  ଡିଏଗୋରେ ଥିବା ବ୍ୟାବସାୟିକ ପ୍ରତିଷ୍ଠାନରୁ ପାଇଥିବା ୪୦ ନିୟୁତ ଡଲାର୍ ଜମା କରିବା ଲାଗି ବିଜୟ ମାଲ୍ୟାଙ୍କୁ ଅଦାଲତ ଆଦେଶ ଦିଅନ୍ତୁ ବୋଲି ସେମାନେ ଆବଦେନ ପତ୍ରରେ ଉଲ୍ଲେଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe