ବିଜୟ ମାଲ୍ୟାକୁ ବଡ଼ ଝଟକା: ପ୍ରତ୍ୟର୍ପଣ ବିରୋଧରେ ଦାଖଲ କରିଥିବା ଆବେଦନକୁ ଖାରଜ କଲା ବ୍ରିଟେନ ହାଇକୋର୍ଟ

Advertisment
ବିଜୟ ମାଲ୍ୟାକୁ ବଡ଼ ଝଟକା: ପ୍ରତ୍ୟର୍ପଣ ବିରୋଧରେ ଦାଖଲ କରିଥିବା ଆବେଦନକୁ ଖାରଜ କଲା ବ୍ରିଟେନ ହାଇକୋର୍ଟ

news18

ନୂଆଦିଲ୍ଲୀ : ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାକୁ ବ୍ରିଟେନ ହାଇକୋର୍ଟ ପକ୍ଷରୁ ଏକ ବଡ଼ ଧରଣର ଝଟକା ମିଳିଛି । ଭାରତକୁ ପ୍ରତ୍ୟର୍ପଣ କରିବା ବିରୋଧରେ ବିଜୟ ମାଲ୍ୟା ଦାଖଲ କରିଥିବା ଆବେଦନକୁ ବ୍ରିଟେନ ହାଇକୋର୍ଟ ଖାରଜ କରିଦେଇଛନ୍ତି।

ସୂଚନା ମୁତାବକ, ଗତବର୍ଷ ଡିସେମ୍ବର ୧୦ ତାରିଖରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ମାଲ୍ୟାଙ୍କୁ କିଙ୍ଗଫିସର ଋଣ ମାମଲାରେ ଭାରତକୁ ପ୍ରତ୍ୟର୍ପଣ ପାଇଁ ରାୟ ଦେଇଥିବାବେଳେ ବ୍ରିଟେନର ଗୃହମନ୍ତ୍ରୀ ସାଜିଦ ଜାବିଦ୍ ଏହି ପ୍ରତ୍ୟର୍ପଣକୁ ମଞ୍ଜୁରି ଦେଇଥିଲେ । ଗତ ଫେବ୍ରୁଆରୀ ମାସରେ ବ୍ରିଟେନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରଟ କୋର୍ଟ ଦେଇଥିବା ରାୟ ଓ ବ୍ରିଟେନର ଗୃହମନ୍ତ୍ରୀ ଦେଇଥିବା ମଞ୍ଜୁରିକୁ ଚ୍ୟାଲେଞ୍ଜ କରି ଠକେଇ ଏବଂ ଅର୍ଥ ହେରଫେର ଅଭିଯୋଗରେ ଭାରତରେ ୱାଣ୍ଟେଡ ଅପରାଧୀ ଥିବା ମାଲ୍ୟ ବ୍ରିଟେନ ହାଇକୋର୍ଟକୁ ଯାଇଥିଲେ ।

ମାଲ୍ୟା ବ୍ରିଟେନ ହାଇକୋର୍ଟରେ ଭାରତକୁ ପ୍ରତ୍ୟର୍ପଣ କରିବା ରାୟକୁ ବିରୋଧ କରି ଏହାକୁ ଚ୍ୟାଲେଞ୍ଜ କରିଥିଲା । ତେବେ ଆଜି ଲଣ୍ଡନରେ ଥିବା ରୟାଲ କୋର୍ଟ ଅଫ୍ ଜଷ୍ଟିସର ଦୁଇ ବିଚାରପତି ଲର୍ଡ ଜଷ୍ଟିସ୍ ଷ୍ଟିଫେନ୍ ଇରୱିନ୍ ଏବଂ ଜଷ୍ଟିସ୍ ଏଲିଜାବେଥ୍ ଲାଙ୍ଗଙ୍କ ଖଣ୍ଡପୀଠ ଏହି ଆବେଦନ ଉପରେ ଅଧ୍ୟକ୍ଷତା କରି ବର୍ତ୍ତମାନର କରୋନାଭାଇରସ୍ ଲକଡାଉନ୍ କାରଣରୁ ମାଲ୍ୟାର ଏହି ଆବେଦନକୁ ଖାରଜ କରିଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe