ଭାଇରାଲ୍‌ ହେଉଛି ମୃତ୍ୟୁର ମାସେ ପୂର୍ବର ଫଟୋ: କକ୍‌ପିଟ୍‌ରେ ବସିଥିଲେ ବିଜୟ ରୁପାଣୀ

Advertisment

ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କର ଏକ ପୁରୁଣା ଫଟେ‌ା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଫଟୋରେ ତା‌ଙ୍କୁ ବିମାନର କକ୍‌ପିଟ୍‌ରେ ଦେଖିବାକୁ ମିଳିଛି। 

ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କର ଏକ ପୁରୁଣା ଫଟେ‌ା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଫଟୋରେ ତା‌ଙ୍କୁ ବିମାନର କକ୍‌ପିଟ୍‌ରେ ଦେଖିବାକୁ ମିଳିଛି। 

@bandana didi

ନୂଆଦିଲ୍ଳୀ: ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କର ଏକ ପୁରୁଣା ଫଟେ‌ା ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭାଇରାଲ୍‌ ଫଟୋରେ ତା‌ଙ୍କୁ ବିମାନର କକ୍‌ପିଟ୍‌ରେ ଦେଖିବାକୁ ମିଳିଛି। 

ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏହି ଘାତକ ଦୁର୍ଘଟଣାର ମାସକ ପୂର୍ବରୁ ଏକ ବୋଇଂ କକପିଟ ପରିଦର୍ଶନ କରିଥିଲେ ବୋଲି ଜାଣିବାକୁ ମିଳିଛି। 

ଅହମ୍ମଦାବାଦର ଇଣ୍ଡସ୍ ୟୁନିଭରସିଟିରେ ଥିବା ୱେଷ୍ଟର୍ଣ୍ଣ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋନଟିକ୍ସକୁ ଶ୍ରୀ ରୁପାଣୀଙ୍କ ଗସ୍ତର ଫଟୋଗୁଡ଼ିକ ପୁଣି ଥରେ ସାମ୍ନାକୁ ଆସିଛି। 

ଉଲ୍ଲେଖଯୋଗ୍ୟ,  ଅହମଦାବାଦରେ ଏୟାରଇଣ୍ଡିଆ ବିମାନ ଦୁର୍ଘଟଣାରେ ଯାତ୍ରୀଙ୍କ ସମେତ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କୁ ମିଶାଇ ମୋଟ ୨୭୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ମଧ୍ୟ ଥିଲେ। 

 ବିଜୟ ରୁପାଣୀଙ୍କ ଡିଏନଏ ରିପୋର୍ଟ ମ୍ୟାଚ୍‌ ହୋଇଥିଲା । ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ରୁପାଣୀଙ୍କ ବାସଭବନକୁ ଯାଇ ଡିଏନଏ ରିପୋର୍ଟ ମେଳ ଖାଇଥିବା ତାଙ୍କ ପରିବାରକୁ ଜଣାଇଥିଲେ। ରାଜକୋଟରେ ଅନ୍ତିମ ସଂସ୍କାର ପାଇଁ ରାଜ୍ୟ ସରକାର ପରିବାରକୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe