ଜାତୀୟ ମହିଳା କମିସନ ଅଧ୍ୟକ୍ଷା ହେଲେ ବିଜୟା କିଶୋର ରହାତକର

Advertisment

ବିଜୟା କିଶୋର ରହାତକର ଜାତୀୟ ମହିଳା କମିସନ ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି।   ବିଜୟା କିଶୋରଙ୍କୁ  ଆଜି ଜାତୀୟ ମହିଳା କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ବିଜୟା କିଶୋର ରହାତକର ଜାତୀୟ ମହିଳା କମିସନ ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି।   ବିଜୟା କିଶୋରଙ୍କୁ  ଆଜି ଜାତୀୟ ମହିଳା କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

rtyruyuy

ନୂଆଦିଲ୍ଲୀ:  ବିଜୟା କିଶୋର ରହାତକର ଜାତୀୟ ମହିଳା କମିସନ ଅଧ୍ୟକ୍ଷା ନିଯୁକ୍ତ ହୋଇଛନ୍ତି।   ବିଜୟା କିଶୋରଙ୍କୁ  ଆଜି ଜାତୀୟ ମହିଳା କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥିବା କେନ୍ଦ୍ର ସରକାର ଘୋଷଣା କରିଛନ୍ତି।  ସରକାର ମଧ୍ୟ ଅର୍ଚ୍ଚନା ମଜୁମଦାରଙ୍କୁ କମିସନ୍‌ର ‌ଜଣେ ସଦସ୍ୟ ଭାବେ ନିଯୁକ୍ତ କରିଛନ୍ତି।  ଜାତୀୟ ମହିଳା କମିସନ ଆଇନ, ୧୯୯୦ର ଧାରା ୩ ଅଧୀନରେ ବିଜୟା କିଶୋରଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି।   ମହିଳା ଏବଂ ଶିଶୁ ବିକାଶ ବିଭାଗ ଅନୁଯାୟୀ  ବିଭିନ୍ନ ରାଜନୈତିକ ଏବଂ ସାମାଜିକ ଦାୟିତ୍ବ ସଂପାଦନ କରିବାରେ ବିଜୟା କିଶୋର ଦୃଢ଼ ନେତୃତ୍ବ  ପ୍ରଦର୍ଶନ କରିଛନ୍ତି।  

୨୦୧୬ରୁ ୨୦୨୧ ମଧ୍ୟରେ ମହାରାଷ୍ଟ୍ର ରାଜ୍ୟ ମହିଳା କମିସନ ଅଧ୍ୟକ୍ଷ ଭାବେ ତାଙ୍କ କାର୍ଯ୍ୟକାଳ ସମୟରେ ସେ ଏସିଡ୍‌ ଆକ୍ରମଣର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ‘ସକ୍ଷମା’ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସହ ସ୍ବୟଂ ସହାୟିକା ଗୋଷ୍ଠୀକୁ ଯୋଡ଼ିବାପାଇଁ ‘ପ୍ରଜ୍ବଳା’ ଏବଂ ମହିଳାଙ୍କ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ‘ସୁହିତା’ ଆରମ୍ଭ କରିଥିଲେ।  ପୋକ୍ସ ଆଇନ ସହ ଜଡ଼ିତ ନ୍ୟାୟିକ ସଂସ୍କାର ଉପରେ ମଧ୍ୟ ସେ ଫୋକସ୍‌ କରିଥିଲେ। ସେ ମଧ୍ୟ ତିନି ତଲାକ ନିରୋଧ କକ୍ଷ, ମାନବ ଚୋରାଚାଲାଣ ନିବାରଣ ବିଭାଗ ଆରମ୍ଭ କରିଥିଲେ।  ୨୦୦୭ରୁ ୨୦୧୦ ମଧ୍ୟରେ ସେ  ଛତ୍ରପତି ସମ୍ଭାଜୀନଗରର ମେୟର ଥିବାବେଳେ  ସ୍ବାସ୍ଥ୍ୟସେବା ଏବଂ ଭିତ୍ତିଭୂମି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe