କେରଳରେ ବିଜୟନଙ୍କ ମହାବିଜୟ, ୪ ଦଶନ୍ଧିର ରେକର୍ଡ ଭାଙ୍ଗି ଦ୍ବିତୀୟ ଥର କ୍ଷମତାକୁ ଫେରିଲା ଏଲ୍‌ଡିଏଫ୍‌ ମେଣ୍ଟ

Advertisment
କେରଳରେ ବିଜୟନଙ୍କ ମହାବିଜୟ, ୪ ଦଶନ୍ଧିର ରେକର୍ଡ ଭାଙ୍ଗି ଦ୍ବିତୀୟ ଥର କ୍ଷମତାକୁ ଫେରିଲା ଏଲ୍‌ଡିଏଫ୍‌ ମେଣ୍ଟ

Telangana Today

ଥିରୁଅନନ୍ତପୁରମ୍ : କେରଳରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ଐତିହାସିକ ବିଜୟ ହୋଇଛି। ବିଜୟନଙ୍କ ନେତୃତ୍ବାଧୀନ ବାମ ଦଳ ରାଜ୍ୟରେ ପୁଣି ଥରେ କ୍ଷମତାକୁ ଫେରିଛି। କେରଳରେ ଦୀର୍ଘ ୪ ଦଶନ୍ଧିର ରେକର୍ଡ ଭଙ୍ଗ ହୋଇଛି। ପରମ୍ପରା ଅନୁଯାୟୀ କେରଳରେ ପ୍ରତି ୫ ବର୍ଷରେ କ୍ଷମତାର ଅଦଳ ବଦଳ ହୋଇଥାଏ। ଏହି ଟ୍ରେଣ୍ଡ୍‌ ଅନୁଯାୟୀ ଚଳିତ ଥର କଂଗ୍ରେସ ‌ନେତୃତ୍ବାଧୀନ ୟୁଡିଏଫ୍ କ୍ଷମତାକୁ ଆସିଥାନ୍ତା। କିନ୍ତୁ ଚଳିତ ଥର ଏହି ରେକର୍ଡ ଭଙ୍ଗ ହୋଇଛି। ଭୋଟରମାନେ ପରମ୍ପରା ଭାଙ୍ଗି ପୁଣିଥରେ ଏଲ୍‌ଡିଏଫ୍‌କୁ ବାଛିଛନ୍ତି। ୪ ଦଶନ୍ଧିରେ ପ୍ରଥମ ଥର ବାମମେଣ୍ଟ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଫେରିଛି। ରାଜ୍ୟର ବିଭିନ୍ନ ପ୍ରମୁଖ ଆସନମାନଙ୍କରେ ଏଲ୍‌ଡିଏଫ୍‌ ଆଗୁଆ ରହିଛି।

୧୪୦ ବିଧାନସଭା ଆସନ ବିଶିଷ୍ଟ କେରଳରେ ଏଲ୍‌ଡିଏଫ୍‌ ୯୧ ଆସନରେ ଆଗୁଆ ଥିବାବେଳେ ୟୁଡିଏଫଡ଼୍‌ ୩୯ ଏବଂ ଏନ୍‌ଡିଏ ୧ ଆସନରେ ଆଗୁଆ ରହିଛି। ବାମ ଦଳରେ ଅନେକ ପ୍ରମୁଖ ନେତା ଅଛନ୍ତି। ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ବାମମେଣ୍ଟର ଜଣେ ପ୍ରମୁଖ ବ୍ୟକ୍ତିତ୍ବ। ତାଙ୍କର ଲୋକପ୍ରିୟତା ପାଇଁ କେରଳରେ ପୁଣିଥରେ ବାମଦଳର ବିପୁଳ ବିଜୟ ହୋଇଛି ବୋଲି କୁହାଯାଉଛି। ବିଜୟନଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟ ଅନେକ ବିପର୍ଯ୍ୟୟ ସାମ୍ନା କରିଥିବା ବେଳେ ବିଜୟନ ସେସବୁକୁ ବେଶ୍‌ ଭଲଭାବେ ମୁକାବିଲା କରିପାରିଥିଲେ। କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଲଜା ମତ୍ତନପୁର ନିର୍ବାଚନମଣ୍ଡଳୀରୁ ୬୧,୦୦୦ରୁ ଅଧିକ ଭୋଟ୍‌ରେ ଜିତିଛନ୍ତି। ବିଜେପି ନେତା ତଥା ମେଟ୍ରୋ ମ୍ୟାନ୍‌ ଶ୍ରୀଧରନ ପଲକ୍କଡ଼ ଆସନରୁ ହାରି ଯାଇଛନ୍ତି। କେରଳ ବିଜେପି ମୁଖ୍ୟ ସୁରେନ୍ଦ୍ରନ ଲଢ଼ିଥିବା ୨ଟି ଯାକ ଆସନ ମ‌ଂଜେସ୍ବରମ୍‌ ଏବଂ କୋନ୍ନିରେ ସେ ନିର୍ବାଚନ ହାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe