ବିଜୟୱାଡ଼ା କୋଭିଡ୍-୧୯ କେୟାର୍ ସେଣ୍ଟର୍ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି; ହୋଟେଲ୍ ଓ ଘରୋଇ ଡାକ୍ତରଖାନା ପରିଚାଳନା ବିରୋଧରେ ମାମଲା ରୁଜୁ

ବିଜୟୱାଡ଼ା କୋଭିଡ୍-୧୯ କେୟାର୍ ସେଣ୍ଟର୍ ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି; ହୋଟେଲ୍ ଓ ଘରୋଇ ଡାକ୍ତରଖାନା ପରିଚାଳନା ବିରୋଧରେ ମାମଲା ରୁଜୁ

Image Courtesy of Hindustan Times

ହାଇଦ୍ରାବାଦ: ବିଜୟୱାଡ଼ାର ଯେଉଁ ହୋଟେଲ୍‌କୁ କୋଭିଡ୍-୧୯ କେୟାର୍ ଫ୍ୟାସିଲିଟି କରାଯାଇଥିଲା ସେ ହୋଟେଲ୍‌ ଓ ଘରୋଇ ଡାକ୍ତରଖାନା ମ୍ୟାନେଜ୍‌ମେଣ୍ଟ୍‌ ବିରୋଧରେ ମାମଲା ରୁଜୁ କରାଯାଇଛି। ଆଜି ସକାଳେ ସେଥିରେ ନିଆଁ ଲାଗିଯିବାରୁ ୧୧ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ ଆହତ ହୋଇଛନ୍ତି। ବିଜୁଳି ସର୍ଟସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ସରକାରୀସୂତ୍ରରୁ ଜଣାପଡ଼ିଛି।

ଅଗ୍ନି ନିରାପତ୍ତା ନିର୍ଦେଶକ ଜୟରାମ ନାଇକଙ୍କ କହିବା ଅନୁସାରେ, କରୋନାଭାଇରସ୍ ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଘରୋଇ ହସ୍ପିଟାଲ୍ ଲିଜ୍ ନେଇଥିବା ସେ ହୋଟେଲ୍‌ ନିରାପତ୍ତା ନିୟମ ଉଲ୍ଲଂଘନ କରିଥିଲା। ଦୁର୍ଘଟଣା ସମୟରେ ଆଲାର୍ମ ବାଜି ନ ଥିଲା ଏବଂ ପଛ କବାଟ ଖୋଲିବା ମଧ୍ୟ ବିଳମ୍ବ ହୋଇଥିଲା।

publive-image Image Courtesy of India Today

କୋଭିଡ୍-୧୯ ଚିକିତ୍ସା କେନ୍ଦ୍ର ଲାଗି ସେ ହୋଟେଲ୍‌କୁ ଲିଜ୍ ନେଇଥିବା ଘରୋଇ ଡାକ୍ତରଖାନାକୁ ମଧ୍ୟ ବୁକ୍ କରାଯାଇଛି। ଅଗ୍ନିଶମ ବିଭାଗ ସୁନିଶ୍ଚିତ ଯେ, ହୋଟେଲ୍‌କୁ କୋଭିଡ୍ କେନ୍ଦ୍ରରେ ପରିଣତ କରିବା ପୂର୍ବରୁ ଡାକ୍ତରଖାନା ମ୍ୟାନେଜ୍‌ମେଣ୍ଟ୍‌ ‘ଏନ୍‌ଓସି’ ହାସଲ କରି ନ ଥିଲା।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଉକ୍ତ ଘରୋଇ ହସ୍ପିଟାଲ୍‌ରେ ଅଭିନବ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ କେତେକ ‘ଭିଆପି’ଙ୍କର ଚିକିତ୍ସା ଚାଲିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe