ବିହାରରେ ‘ବିଜୟୋତ୍ସବ’: ୭୫ ହଜାରରୁ ଅଧିକ ଭାରତୀୟ ଏକସଙ୍ଗେ ଜାତୀୟ ପତାକା ଉଡ଼ାଇଲେ

Advertisment

ପାକିସ୍ତାନର ୧୮ ବର୍ଷର ରେକର୍ଡ ଭାଙ୍ଗିଲା

ପାକିସ୍ତାନର ୧୮ ବର୍ଷର ରେକର୍ଡ ଭାଙ୍ଗିଲା

ବିହାରରେ ‘ବିଜୟୋତ୍ସବ’: ୭୫ ହଜାରରୁ ଅଧିକ ଭାରତୀୟ ଏକସଙ୍ଗେ ଜାତୀୟ ପତାକା ଉଡ଼ାଇଲେ

Prabhat Khabar

ପାଟନା: ବିହାରର ଭୋଜପୁର ଜିଲ୍ଲା ଅଧୀନସ୍ଥ ଜଗଦୀଶପୁର ସହରରେ ୭୫ ହଜାରରୁ ଅଧିକ ଭାରତୀୟ ଏକ ସଙ୍ଗେ ଜାତୀୟ ପତାକା ଉଡ଼ାଇ ବିଶ୍ବ ରେକର୍ଡ କରିଛନ୍ତି। ସ୍ବାଧୀନତା ସଂଗ୍ରାମର ପ୍ରଥମ ଲଢ଼େଇର ମହାନ ଯୋଦ୍ଧା ତଥା ଜଗଦୀଶପୁରର ତତ୍କାଳୀନ ରାଜା ବୀର କୁଅଁର ସିଂହଙ୍କ ୧୬୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ହୋଇଥିବା ‘ବିଜୟୋତ୍ସବ’ କାର୍ଯ୍ୟକ୍ରମରେ ୭୫ ହଜାରରୁ ଅଧିକ ଭାରତୀୟ ପୂରା ୫ ମିନିଟ୍‌ ପାଇଁ ଜାତୀୟ ପତାକା ଉଡ଼ାଇଛନ୍ତି। କେନ୍ଦ୍ର ସରକାରଙ୍କ ‘ ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ କରାଯାଇଥିଲା। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଆର୍‌ କେ ସିଂହ ଏବଂ ନିତ୍ୟାନନ୍ଦ ରାୟ, ବିହାର ଉପମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ ଏବଂ ରେଣୁ ଦେବୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାଦ୍ବାରା ସେମାନେ ପାକିସ୍ତାନର ୧୮ ବର୍ଷର ରେକର୍ଡ ଭାଙ୍ଗି ଦେଇଛନ୍ତି। ଲାହୋରରେ ଏକ କାର୍ଯ୍ୟକ୍ରମରେ ପାକିସ୍ତାନର ୫୬ ହଜାରରୁ ଅଧିକ ନାଗରିକ ଏକ ସଙ୍ଗେ ଜାତୀୟ ପତାକା ଉଡ଼ାଇଥିଲେ। ପାକିସ୍ତାନର ଏହି ରେକର୍ଡକୁ ଭାରତ ଆଜି ଭାଙ୍ଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe