ବିଜେନ୍ଦ୍ର ଗୁପ୍ତା ହେବେ ଦିଲ୍ଲୀ ବିଧାନସଭାର ବାଚସ୍ପତି

Vijender Gupta

Photograph: (SAMBAD.IN)

ନୂଆଦିଲ୍ଲୀ: ଦୀର୍ଘ ୨୭ ବର୍ଷର ଅପେକ୍ଷା ପରେ ଦିଲ୍ଲୀ ପୁଣି ବିଜେପି ଦଖଲ କରିଛି । ଆଜି ଦିଲ୍ଲୀରେ ପୁଣି ବିଜେପି ସରକାର ଗଠନ କରିବାକୁ ଯାଉଛି । ଏହି କ୍ରମରେ ପୂରା ଦିଲ୍ଲୀ ଗେରୁଆମୟ ହୋଇଛି । ରାମଲୀଳା ମୈଦାନରେ ରେଖା ଗୁପ୍ତା ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । 

ଆଜି ମୁଖ୍ୟମନ୍ତ୍ରୀଙ୍କ ସମେତ ୬ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେଉଛନ୍ତି । ସେପଟେ ଦିଲ୍ଲୀ ବିଧାନସଭାର ବାଚସ୍ପତି ହେବେ ବିଜେନ୍ଦ୍ର ଗୁପ୍ତା । ଉପାଧ୍ୟକ୍ଷ ଭାବେ ମୋହନ ସିଂ ବିଷ୍ଟ ଚୟନ ହୋଇପାରନ୍ତି । ସୂତ୍ର ସୂଚନା ମୁତାବକ ଶପଥ ଗ୍ରହଣ ପରେ ବିଜେନ୍ଦ୍ର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହୋଇପାରେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe