ବିଜୟନଗରମ୍‌ ଟ୍ରେନ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୨୯ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

Advertisment

୧୦ଟି ଟ୍ରେନ ବାତିଲ, ୩ଟି ଟ୍ରେନ ଆଂଶିକ ବାତିଲ, ୧୦ଟି ଟ୍ରନ୍‌ର ଗିତି ପଥ ପରିବର୍ତ୍ତନ

୧୦ଟି ଟ୍ରେନ ବାତିଲ, ୩ଟି ଟ୍ରେନ ଆଂଶିକ ବାତିଲ, ୧୦ଟି ଟ୍ରନ୍‌ର ଗିତି ପଥ ପରିବର୍ତ୍ତନ

ବିଜୟନଗରମ୍‌ ଟ୍ରେନ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି, ୨୯ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ

ରାୟଗଡ଼ା: ଆନ୍ଧ୍ରପ୍ରଦେଶର ବିଜୟନଗରମ୍‌ ନିକଟରେ ଘଟିଥିବା ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ପୂର୍ବତଟ ରେଳପଥର ମୁଖ୍ୟ ସୂଚନା ଅଧିକାରୀ ଏହି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୨୯ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ମୃ୍ତ୍ୟୁ ସଂଖ୍ୟା ବଢିବ‌ାର ଆଶଙ୍କା ମଧ୍ୟ ‌ରହିଛି । ଏ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ଵିତ କରିବା ସହ ଆହତଙ୍କୁ ସ୍ଥାନୀୟ ଆଲାମଣ୍ଡ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯାଇଛି।

publive-image

ସ୍ଥାନୀୟ ପ୍ରଶାସନ ନିକଟରୁ ମିଳିଥିବା ସୂଚନା ଅନୁସାରେ ଉଭୟ ରେସ୍କ୍ୟୁ ଓ ରିଲିଫ୍‌ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ବର୍ତ୍ତମାନସୁଦ୍ଧା ୧୦୦ରୁ ଉର୍ଦ୍ଦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଏପର୍ଯ୍ୟନ୍ତ ୧୦ଟି ଟ୍ରେନ୍‌ ବାତିଲ ହୋଇଥିବା ବେଳେ ୩ଟି ଟ୍ରେନ୍‌ ଆଂଶିକ ବାତିଲ ହୋଇଛି । ସେହିପରି ୧୦ଟି ଟ୍ରନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ବୁଲେଟିନ୍‌ ଜାରି କରାଯାଇଛି ।

publive-image

ଦୁର୍ଘଟଣା ପରେ ପଛ ପଟୁ ଧକ୍କା ଦେଇଥିବା ଟ୍ରେନର ଇଞ୍ଜିନ ମଧ୍ୟ ଲାଇନ୍‌ଚ୍ୟୁ୍ତ ହୋଇଯାଇଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇ ନାହିଁ ଯାହା ତଦନ୍ତ ସାପେକ୍ଷ। ଦୁର୍ଘଟଣାସ୍ଥଳରୁ ବିଜୟନଗରମ୍‌ ଓ ବିଶ‌ାଖାପାଟଣା ଯିବା ପାଇଁ ବସ୍‌ର ବ୍ୟବସ୍ଥା କରାଯାଇଛି । ତେବେ ଘଟଣା ସ୍ଥଳରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଓ ଫସି ରହିଥିବା ଯାତ୍ରୀଙ୍କୁ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାର ବ୍ୟବସ୍ଥା କରିବା ଆମ ପ୍ରାଥମିକ ଦାୟିତ୍ଵ ‌ବୋଲି ଅଧିକାରୀ କହିଛନ୍ତି। ଡିଆର୍‌ଏମ୍‌ ସମ୍ବଲପୁର ଓ ୱାଲ୍ଟିୟର ଏବଂ ଭୁବନେଶ୍ବରରୁ ମହାପ୍ରବନ୍ଧକ ମଧ୍ୟ ଘଟଣାସ୍ଥଳକୁ ବାହାରି ସାରିଛନ୍ତି।

ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ପାଇଁ ଆନ୍ଧ୍ର ପ୍ରଦେଶ ସରକାର କ୍ଷତିପୂରଣ ଘୋଷଣା କରିଛନ୍ତି। ଆନ୍ଧ୍ର ନିବାସୀଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଏବଂ ଅନ୍ୟ ରାଜ୍ୟ ମୃତ ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବେ। ଆହତଙ୍କୁ ମଧ୍ୟ ୨ଲକ୍ଷ ଟଙ୍କା ମିଳିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe