ଲକ୍‌ଡାଉନ୍‌ର କୁପରିଣତି ଭୋଗୁଛନ୍ତି ଗ୍ରାମୀଣ ମହିଳା

ଲକ୍‌ଡାଉନ୍‌ର କୁପରିଣତି ଭୋଗୁଛନ୍ତି ଗ୍ରାମୀଣ ମହିଳା

Hindustan Times

ଭୁବନେଶ୍ୱର: ଜନଧନ ଏକାଉଣ୍ଟକୁ ଆସିବ କରୋନା ଲକ୍‌ଡାଉନ୍‌ ବେଳର କିଛି କ୍ଷତିପୂରଣ ଟଙ୍କା। ଏଇ ଭରସାରେ ଦେଶର ବିଭିନ୍ନ ପ୍ରାନ୍ତରେ ମହିଳାମାନେ ନିୟମିତ ଯାଇ ନିଜ ବ୍ୟାଙ୍କ ଆକାଉଣ୍ଟରେ ଦରାଣ୍ଡୁଛନ୍ତି। କିନ୍ତୁ ସବୁ ମିଛ। କେବଳ କାଗଜପତ୍ରରେ ହିଁ ମହିଳାମାନଙ୍କୁ ସହାୟତା ରାଶି ଦିଆଯାଇଥିବା ଚର୍ଚା ହେଉଛି। ଏପରିକି ଏହି ବେଳାରେ ବିଧବାଭତ୍ତା ମଧ୍ୟ ମିଳିନାହିଁ ମହିଳା ହିତାଧିକାରୀଙ୍କୁ। ଦୁଇମାସର ମାଗଣା ଖାଦ୍ୟଶସ୍ୟ ପାଇବାର ପ୍ରତିଶ୍ରୁତି ପାଇଥିବା ଅନେକ ମହିଳା କେବଳ ମାସକର ପାଇ କାନମୁଣ୍ଡା ଆଉଁସି ଘରକୁ ବାହୁଡିଛନ୍ତି। ଗ୍ରାମୀଣ ଜନସଂଖ୍ୟା ଦେଶର ଏକ ସିଂହଭାଗ ହୋଇଥିବା ବେଳେ ମାର୍ଚ ୨୬ ତାରିଖରେ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ମହିଳାମାନଙ୍କ ଜନଧନ ଏକାଉଣ୍ଟରେ ୫୦୦ ଟଙ୍କା ଲେଖାଏଁ ଏପ୍ରିଲ୍‌ ଆରମ୍ଭରୁ ଜମାକରାଯିବ। ଏଭଳି ୨୦.୩୯ କୋଟି ଏକାଉଣ୍ଟ ରହିଛି। ସେହିପରି ଅନେକ ରାଜ୍ୟ ସରକାର ମଧ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅତିରିକ୍ତ ହିତ ଯୋଗାଇବାର ପ୍ରତିଶ୍ରୁତି ଦେଇଥିଲେ। କାରଣ ଦିନମଜୁରି, କୃଷିଶ୍ରମ ଓ ଅନ୍ୟ ଶାରୀରିକ ଶ୍ରମର କୌଣସି ସମ୍ଭାବନା ନଥିବାରୁ ସରକାରୀ ସହାୟତା ହିଁ ଭରସା ଥିଲା। ବିଭିନ୍ନ ରାଜ୍ୟରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ଶ୍ରମନିଯୁକ୍ତି ଯୋଜନାରେ ମଧ୍ୟ କାର୍ଯ୍ୟ ଯୋଗାଇଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଝାଡ଼ଖଣ୍ଡ, ଉଊତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଓଡ଼ିଶା ଆଦି ରାଜ୍ୟରେ ଏଭଳି ବ୍ୟତିକ୍ରମ ଉପୁଜିଛି।

ହିତାଧିକାରୀମାନଙ୍କ ଭିଡ଼ ପରିଚାଳନା ପାଇଁ ଦାକ୍ଷିଣାତ୍ୟ ରାଜ୍ୟ ଆନ୍ଧ୍ରପ୍ରଦେଶ, ତେଲେଙ୍ଗନା, ଓ ତାମିଲନାଡ଼ୁ ସରକାର ଟୋକନ ଭଳି ସୃଜନଶୀଳ ବ୍ୟବସ୍ଥା ଲାଗୁ କରି ନିର୍ଦିଷ୍ଟ ତାରିଖ ଓ ନିର୍ଦିଷ୍ଟ ସମୟରେ ପର୍ଯ୍ୟାୟ ଅନୁସାରେ ହିତାଧିକାରୀମାନଙ୍କୁ ଡକାଇ ଅତ୍ୟାବଶ୍ୟକ ସାମଗ୍ରୀ ଓ ନଗଦ ଟଙ୍କାକୁ ଏପ୍ରିଲ୍‌ ପ୍ରଥମ ସପ୍ତାହରେ ବାଣ୍ଟିଛନ୍ତି। ଏଣୁ ଅନ୍ୟ ରାଜ୍ୟମାନେ ଏସ୍‌ଏମ୍‌ଏସ୍‌ ଭଳି ପ୍ରଯୁକ୍ତି ପ୍ରୟୋଗରେ ହିତାଧିକାରୀଙ୍କୁ ଡକାଇ ଭିଡ଼ ସମ୍ଭାଳୁଛନ୍ତି। ତେବେ ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଜଣେ ମହିଳା ୫୦୦ ଟଙ୍କା ପାଇବା ପାଇଁ ଡାକରା ପାଇ ବ୍ୟାଙ୍କରେ ଥିବା ବେଳେ ତାଙ୍କ ପାଳି ପଡିଲା ବେଳକୁ ବ୍ୟାଙ୍କ କିରାଣି କହିଲେ, ଲିଙ୍କ ଫେଲ୍‌ ହୋଇଯାଇଛି, ଆଉ ହବନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe