ଉତ୍ତରପ୍ରଦେଶର ସରକାରୀ ଡାକ୍ତରଖାନାରେ କୋଭିସିଲ୍ଡ ନେଇଥିବା ୨୦ଜଣଙ୍କୁ ଦେଇଦେଲେ କୋଭାକ୍ସିନ ଟିକା

Advertisment
ଉତ୍ତରପ୍ରଦେଶର ସରକାରୀ ଡାକ୍ତରଖାନାରେ କୋଭିସିଲ୍ଡ ନେଇଥିବା ୨୦ଜଣଙ୍କୁ ଦେଇଦେଲେ କୋଭାକ୍ସିନ ଟିକା

ndtv.com

ସିଦ୍ଧାର୍ଥନଗର: ଉତ୍ତରପ୍ରଦେଶର ଏକ ସରକାରୀ ଡାକ୍ତରଖାନାରେ ଘଟିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା | କରୋନା ଭଳି ମହାମାରୀ ସହ ଲଢ଼ିବା ପାଇଁ ଟିକା ନେବାକୁ ଆସିଥିବା ଲୋକଙ୍କ ଜୀବନ ସହ ଖେଳା ଯାଇଛି ଖେଳ | ଉତ୍ତରପ୍ରଦେଶର ଏକ ସରକାରୀ ଡାକ୍ତରଖାନାରେ କରୋନା ଟିକା ନେବାକୁ ଆସିଥିବା ପ୍ରାୟ ୨୦ଜଣ ଗ୍ରାମବାସୀଙ୍କୁ ମିଶ୍ରିତ ଡୋଜ ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି |

ନେପାଳ ସୀମା ନିକଟରେ ଥିବା ସିଦ୍ଧାର୍ଥନଗର ଜିଲ୍ଲାର ପ୍ରାୟ ୨୦ଜଣ ଗ୍ରାମବାସୀଙ୍କୁ ଉଭୟ କୋଭାକ୍ସିନ ଏବଂ କୋଭିସିଲ୍ଡ ଟିକା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ତେବେ ଅଧିକାରୀମାନେ ଦାବି କରିଛନ୍ତି ଯେ ଦୁଇଟି ଭିନ୍ନ ଟିକା ନେବା ପରେ ବି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡି ନାହିଁ | ଏହା ସହ ଯେଉଁମାନେ ଏହି ଭୁଲ ପାଇଁ ଦାୟୀ ସେମାନଙ୍କୁ ଦଣ୍ଡିତ କରାଯିବ ବୋଲି ଅଧିକାରୀମାନେ କଥା ଦେଇଛନ୍ତି।

Numbers absolutely insignificant': Health Ministry on adverse events post vaccination | The News Minute The News Minute

ସୂଚନା ମୁତାବକ, ଗ୍ରାମବାସୀଙ୍କୁ ଏପ୍ରିଲର ପ୍ରଥମ ସପ୍ତାହରେ କୋଭିସିଲ୍ଡରେ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ମେ' ୧୪ରେ ସେମାନଙ୍କୁ କୋଭିସିଲ୍ଡର ଦ୍ଵିତୀୟ ଡୋଜ ଦେବା ପରିବର୍ତ୍ତେ କୋଭାକ୍ସିନ ଟିକା ଦ୍ୱିତୀୟ ଡୋଜ ଭାବରେ ଦିଆଯାଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ସିଦ୍ଧାର୍ଥନଗରର ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ଦୀପ ଚୌଧରୀ କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଭୁଲ | ଏଭଳି ମିଶ୍ରିତ ଟିକା ଦେବାକୁ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ନାହିଁ। ଏ ବିଷୟରେ ଜାଣିବା ପରେ ଆମେ ଅନୁସନ୍ଧାନ କରିବାକୁ ନିର୍ଦ୍ଦେଶ ଦେଇଛୁ ଏବଂ ରିପୋର୍ଟ ପାଇଛୁ। ଯେଉଁମାନେ ଦୋଷୀ ସେମାନଙ୍କଠାରୁ ମୁଁ ଉତ୍ତର ମାଗିଛି | ଉତ୍ତର ପାଇବା ପରି ଆବଶ୍ୟକ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe