ବିହାର : କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ନ ଥିବା କହି ୭୨୯ ଭୋଟର ମତଦାନ ବର୍ଜନ କଲେ

Advertisment

ଦିନ ୧ଟା ସୁଦ୍ଧ‌ା ୩୨.୮୨% ମତଦାନ

ଦିନ ୧ଟା ସୁଦ୍ଧ‌ା ୩୨.୮୨% ମତଦାନ

ବିହାର : କୌଣସି ବିକାଶମୂଳକ କାର୍ଯ୍ୟ ହୋଇ ନ ଥିବା କହି  ୭୨୯ ଭୋଟର ମତଦାନ ବର୍ଜନ କଲେ

indiatoday

ପାଟନା: ଆଜି ବିହାରରେ  ବିଧାନସଭା ନିର୍ବାଚନ ଲାଗି ମତଦାନ ଜାରି ରହିଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହି ପର୍ଯ୍ୟାୟରେ ୧୭ ଜିଲ୍ଲାର ୯୪ ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ହେବ । ୨.୮୬ କୋଟିରୁ ଅଧିକ ଭୋଟର ୧୪୬୩ ପ୍ରାର୍ଥୀଙ୍କ ଭାଗ୍ୟଫଳ ନିର୍ଦ୍ଧାରଣ କରିବେ ବୋଲି ସୂଚନା ରହିଥିବା ବେଳେ ଏବେ ୭୨୯ଭୋଟର ମତଦାନ କରିବେ ନାହିଁ ବୋଲି ମନା କରିଦେଇଛନ୍ତି।

ବିହାରର ବରୁରାଜ ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ଏକ ଗ୍ରାମର ବାସିନ୍ଦା ମତଦାନକୁ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ଅଞ୍ଚଳରେ କୌଣସି ବିକାଶମୂଳକ କାମ ହୋଇ ନଥିବା କହି ପ୍ରାୟ ୭୨୯ଭୋଟର ମତଦାନ କରିବାକୁ ମନା କରିଦେଇଛନ୍ତି, ଯାହା ପରେ ବୁଥ ନମ୍ବର ୧୭୮ରେ କୌଣସି ମତଦାତା ମତଦାନ କରିନାହାନ୍ତି।

Bihar Election Phase 2 LIVE: PM Modi appeals to people to vote in second phase of assembly polls - India Today India Today

ଅନ୍ୟ ପକ୍ଷରେ ଦିନ ୧ଟା ସୁଦ୍ଧ‌ା ୩୨.୮୨% ମତଦାନ ହୋଇଥିବା ନେଇ ସୂଚନା ମିଳିଛି। ନିର୍ବାଚନ ଆରମ୍ଭ ହେବା ପରଠାରୁ ବିହାରର ଅନେକ ବଡ଼ ବଡ଼ ନେତା ଆସି ମତଦାନ କରିଥିବା ଦେଖାଯାଇଛି। ମୁୁଖ୍ୟମନ୍ତ୍ରୀ ନୀତୀଶ କୁମାର ମତଦାନ କରି ବିହାରବାସୀଙ୍କୁ ବିପୁଳ ସଂଖ୍ୟାରେ ଆସି ଭୋଟ୍ ଦେବାକୁ ଆହ୍ବାନ କରିଛନ୍ତି  । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ନିର୍ବାଚନ ଆରମ୍ଭରୁ ଭୋଟରଙ୍କୁ ମତଦାନ କରିବା ପାଇଁ ଅପିଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe