କରୋନା ଭୟରେ ଟଙ୍କା ବି ସାବୁନରେ ଧୋଉଛନ୍ତି ଲୋକେ

ଟିପଚିହ୍ନ ଦେଇ ହଜ‌ାରେ ଟଙ୍କା ବି ନେଇଗଲେ!

ndtv.com

.ବେଙ୍ଗାଲୁରୁ : କରୋନାର ବିଭୀଷିକା ସାଧାରଣ ଲୋକଙ୍କ ମନରେ ଏଭଳି କୋକୁଆ ଭୟ ସୃଷ୍ଟି କରିଛି ଯେ, ଏହାର ସଂକ୍ରମଣରୁ ନିଜକୁ ଦୂରେଇ ରଖିବା ପାଇଁ ଲୋକେ କୌଣସି ପ୍ରକାର ବିକଳ୍ପ ବ୍ୟବସ୍ଥାକୁ ହାତଛଡ଼ା କରୁନାହାନ୍ତିା ଏପରିକି ସାର୍ବଜନୀନ ସଂସ୍ପର୍ଶରେ ଆସୁଥିବା ନୋଟ୍(ଟଙ୍କା) ମଧ୍ୟ ଲୋକେ ସାବୁନରେ ସଫା କରି ରଖିବା ବିଷୟ ଚର୍ଚ୍ଚାର ବିଷୟ ହୋଇଛିା

ସୂଚନାନୁଯାୟୀ, କର୍ଣାଟକ ରାଜଧାନୀ ବେଙ୍ଗାଲୁରୁ ଠାରୁ ୪୦ କିମି ଦୂର ମାଣ୍ତ୍ୟ ଜିଲ୍ଲା ଅନ୍ତର୍ଗତ ମରଣଚକାନହଲ୍ଲି ଗାଆଁର କିଛି ଲୋକ ସେମାନଙ୍କ ପାଖରେ ଥିବା ଶହେଟଙ୍କିଆ, ପା‌ଶହଟଙ୍କିଆ ଓ ଦୁଇହଜାରଟଙ୍କିଆ ନୋଟକୁ ଭଲ ଭାବେ ପାଣି ମାରି ସାବୁନ ଫେଣରେ ଧୋଇ କନାରେ ଗଡ଼ାଇ ଶୁଖାଉଥିବା ଦେଖିବାକୁ ମିଳିଥିଲା।

ଗ୍ରାମବାସୀଙ୍କ କହିବା କଥା, ସାମାଜିକ ଗଣମାଧ୍ୟମରେ ଜନୈକ ବ୍ୟକ୍ତି ହାତରେ ନୋଟ୍ ଧରି ସେଥିରେ ସିଂଘାଣୀ ଓ ଛେପ ପୋଛିବାର ଦୃଶ୍ୟ ସେମାନଙ୍କୁ ବିବ୍ରତ କରିଥିଲାା କରୋନା ବ୍ୟାପିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି ସେମାନେ ଧରିନେବା ସହ ଏପରି ନୋଟ୍ ସେମାନେ ହାତରେ ଧରିବେନି ବୋଲି ଚିନ୍ତା କରୁଥିଲୋ ତେବେ ସେମାନଙ୍କୁ ଏହି ନୋଟ୍ ସବୁ ଟସର କୋଷା ବିକ୍ରି ବାବଦରେ ବେପାରୀଙ୍କ ଠାରୁ ମିଳିଥିଲାା ଏହି କଷ୍ଟଲବ୍ଧ ଧନକୁ କେମିତି ସାଇତି ରଖିବେ ଚିନ୍ତା କରି ସେସବୁକୁ ଏପରି ସାବୁନରେ ଭଲରେ ଧୋଇ ଶୁଖେଇ ରଖିଛନ୍ତି ବୋଲି ଗ୍ରାମବାସୀ କହିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe