image source-news18
ଜୟପୁର: ରାଜସ୍ଥାନର ଚାରିଟି ଗାଆଁର ଲୋକଙ୍କ ଖୁସି କହିଲେ ନ ସରେ। ଏମାନେ ନିଜ ଗାଆଁକୁ ଭଲ ରାସ୍ତା ନଥିବା ନେଇ ଚିନ୍ତିତ ଥିଲେ। ସବୁଠାରୁ ବଡ଼ କଥା ହେଲା ଯେଉଁ ଗାଆଁର ରାସ୍ତାରେ ଷ୍ଟ୍ରିଟ ଲାଇଟର କଳ୍ପନା କରିବା ବି ଅସମ୍ଭବ ଥିଲା ଆଜି ସେଠି ତାହା ବି ସମ୍ଭବପର ହୋଇପାରିଛି। ଜାଣନ୍ତି ଏହା କିପରି ସମ୍ଭବ ହୋଇଛି।
ମହାରାଷ୍ଟ୍ରରେ ଦେଖାଯାଇଥିବା ରାଜନୈତିକ ଘଟଣା କ୍ରମକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ପକ୍ଷରୁ ନିଜ ବିଧାୟକମାନଙ୍କୁ ଜୟପୁରଠାରୁ ୨୫ କିଲୋମିଟର ଦୂର ଏବଂ ଦିଲ୍ଲୀ ଜାତୀୟ ରାଜପଥଠାରୁ ୪ କିଲୋମିଟର ଭିତରକୁ ଥିବା ଏକ ପଞ୍ଚତାରକା ହୋଟେଲରେ ରଖାଯାଇଛି। ପାଖାପାଖି ୪୦ ବିଧାୟକ ଏହି ରିସୋର୍ଟରେ ରହିବା କାରଣରୁ ଏବଂ ରାଜନୈତିକ ଗତିବିଧି ଜୋର ଧରିବା କାରଣରୁ ଏହି ରିସୋର୍ଟ ପାଖରେ ଥିବା ଚାରିଟି ଗ୍ରାମର ଭାଗ୍ୟ ଅଚାନକ ବଦଳିଯାଇଛି ।
image source-oneindiaଏହି ଗାଆଁଗୁଡ଼ିକୁ ଯିବାକୁ ହେଲେ ଜୟପୁର-ଦିଲ୍ଲୀ ହାଇେଓ୍ୱଠାରୁ ପ୍ରାୟ ୪ କିଲୋମିଟର ଦୂରତ୍ୱ ଅତିକ୍ରମ କରିବାକୁ ପଡିବ । ଏହି ରାସ୍ତାର ଦୁଇ ପାର୍ଶ୍ୱରେ ତିନୋଟି ଗ୍ରାମ ରହିଥିଲା ବେଳେ ରିସୋର୍ଟ ଆଗରେ ରହିଛି ଅନ୍ୟ ଏକ ଗ୍ରାମ । ଏହି ଗ୍ରାମକୁ ଯିବାକୁ ହେଲେ ଆଗରୁ ଖାଲ ରାସ୍ତାରେ ଯିବାକୁ ପଡୁଥିଲା, ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜସ୍ଥାନର ବରିଷ୍ଠ ମନ୍ତ୍ରୀମାନେ ଏହି ଅଞ୍ଚଳରେ ଥିବା ରିସୋର୍ଟକୁ ଗତକିଛି ଦିନ ହେବ ନିୟମିତଭାବେ ଆସୁଥିବା କରଣରୁ ଏଠାକାର ରାସ୍ତା ଏକଦମ ଚକାଚକ୍ ହୋଇଯାଇଛି। ଖାଲି ସେତିକି ନୁହେଁ ଏଠାରେ ରାତାରାତି ଷ୍ଟ୍ରିଟ ଲାଇଟ ବି ଲଗାଯାଇଛି।
Follow Us