ଜେଲ ପ୍ରଶାସନ ନିର୍ଭୟା ଦୋଷୀ ବିନୟ ଶର୍ମାକୁ ‘ସ୍ଲୋ ପଏଜନ୍‌’ ଦେଉଛନ୍ତି : ଓକିଲ ଏପି ସିଂହ

ଜେଲ ପ୍ରଶାସନ ନିର୍ଭୟା ଦୋଷୀ ବିନୟ ଶର୍ମାକୁ ‘ସ୍ଲୋ ପଏଜନ୍‌’ ଦେଉଛନ୍ତି : ଓକିଲ ଏପି ସିଂହ

ନୂଆଦିଲ୍ଲୀ: ଫାଶୀ ଦଣ୍ଡକୁ ଏଡ଼ାଇବାକୁ ନିର୍ଭୟା ଦୋଷୀଙ୍କ ଓକିଲମାନେ ନୂଆନୂଆ ଆଇନଗତ ପେଞ୍ଚ ଆପଣାଉଥିବା ଦେଖିବାକୁ ମିଳୁଛି। ଏପଟେ ନିର୍ଭୟା ଦୋଷୀଙ୍କ ମା’ ଦୋଷୀଙ୍କ ଫାଶୀ ତାରିଖ ଘୁଞ୍ଚୁଥିବା ନେଇ କ୍ଷୋଭ ବ୍ୟକ୍ତ କରୁଥିବା ବେଳେ ନିର୍ଭୟା ଦୋଷୀ ବିନୟ ଶର୍ମାର ଓକିଲ ଆଉ ଏକ ଗୋଟି ଚଳାଇଛନ୍ତି।

Image result for vinay-sharma-being-slow-poisoned-claims-lawyer-ap-singh India Legal

ଶନିବାର ପଟିଆଲା ହାଉସ୍‌ କୋର୍ଟରେ ଶୁଣାଣି ସମୟରେ ଦୋଷୀର ପକ୍ଷ ରଖୁଥିବା ବେଳେ ଓକିଲ ଏପି ସିଂହ ଦାବି କରି କହିଥିଲେ କି, ଜେଲରେ ଦୋଷୀ ବିନୟ ଶର୍ମାଙ୍କୁ ‘ସ୍ଲୋ ପଏଜନ୍‌’ ଅର୍ଥାତ ସ୍ବଳ୍ପ ବିଷ ଦିଆଯାଉଛି। ଯେଉଁଥିପାଇଁ ବିନୟର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତେଣୁ ତାକୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଏଯାବତ୍ ଜେଲ୍ କର୍ତ୍ତୃପକ୍ଷ ଏ ନେଇ କୌଣସି ମେଡିକାଲ ରିପୋର୍ଟ ତାଙ୍କୁ ଦେଇନାହାନ୍ତି।

ଏଥିସହ ସେ ଅଭିଯୋଗ କରିଛନ୍ତି, ତାଙ୍କୁ ଜେଲ ଅଧିକାରୀଙ୍କ ପକ୍ଷରୁ ଗତ ଶୁକ୍ରବାର ରାତିରେ କିଛି ଦସ୍ତାବିଜ ମିଳିଥିଲା। କିନ୍ତୁ ବିନୟର ବ୍ୟକ୍ତିଗତ ଡାଏରୀ ଓ ମେଡିକାଲ ଦସ୍ତାବିଜ ଦିଆଯାଇ ନାହିଁ। ଏପଟେ ତିହାର ଜେଲ କର୍ତ୍ତୃପକ୍ଷ ଏ ପି ସିଂହ ଦାବି କରୁଥିବା କୌଣସି ରେକର୍ଡ ସେମାନଙ୍କ ପାଖରେ ନ ଥିବା କହିଛନ୍ତି।

Image result for vinay-sharma-being-slow-poisoned-claims-lawyer-ap-singh Khas Khabar

କେବଳ ଏତିକି ନୁହେଁ, ଓକିଲ ଏପି ସିଂହ କହିଛନ୍ତି  ନିର୍ଭୟା କାଣ୍ଡର ଅନ୍ୟ ଜଣେ ଦୋଷୀ ପବନ ସିଂହ ମାଣ୍ଡୋଲି ଜେଲରେ ଥିବା ବେଳେ ତାର ମୁଣ୍ଡ ଫାଟି ଯାଇଥିଲା। ଯେଉଁଥି ପାଇଁ ତାକୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ଏହାର ବି କୌଣସି ରିପୋର୍ଟ ପବନ ସିଂହର ଓକିଲଙ୍କୁ ହସ୍ତାନ୍ତର କରାଯାଇନାହିଁ।  ନିର୍ଭୟା ତୃତୀୟ ଦୋଷୀ ଅକ୍ଷୟ କୁମାର ସିଂହର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଦସ୍ତାବିଜକୁ ବି ଓକିଲଙ୍କୁ ଦିଆଯାଇନାହିଁ, ଯାହାକି କ୍ୟୁରିଟିଭ୍‌ ପିଟିସନ୍‌ ଓ ରାଜକ୍ଷମା ଆବେଦନ ଦାଖଲ କରିବାରେ ଆବଶ୍ୟକ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe