ଆଉ କିଛି ସମୟ ମଧ୍ୟରେ ହେବ ଭିନେଶଙ୍କ ଆବେଦନର ଶୁଣାଣି, ସପକ୍ଷରେ ରାୟ ହେଲେ ମିଳିବ ରୌପ୍ୟ

Advertisment
ଆଉ କିଛି ସମୟ ମଧ୍ୟରେ ହେବ ଭିନେଶଙ୍କ ଆବେଦନର ଶୁଣାଣି, ସପକ୍ଷରେ ରାୟ ହେଲେ ମିଳିବ ରୌପ୍ୟ

ନୂଆଦିଲ୍ଳୀ: ରେସଲର ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ରେସଲିଂ ଫାଇନାଲରୁ ଅଯୋଗ୍ୟତା ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ଭାରତୀୟ କୁସ୍ତିଯୋଦ୍ଧାଙ୍କ ଏହି ପଦକ୍ଷେପ ମହିଳା ୫୦ କିଲୋଗ୍ରାମ ବର୍ଗର ଫାଇନାଲରେ ପ୍ରତିଯୋଗିତା କରିବାକୁ ଅନୁମତି ନ ପାଇବା ପରେ ଆସିଛି। ମାତ୍ର ୧୦୦ ଗ୍ରାମ ଓଜନ ଅଧିକ ହେବାରୁ ତାଙ୍କୁ ପ୍ରତିଯୋଗିତାରୁ ବାଦ୍‌ ଦିଆଯାଇଛି।

ଆପଣ ଜାଣନ୍ତି ଯେ ୫-୦ ବ୍ୟବଧାନରେ ସେମିଫାଇନାଲ ବ୍ୟାଟିଂ ଜିତିଥିବା ଭିନେଶ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା କୁସ୍ତିଯୋଦ୍ଧା, ଯିଏକି ଅଲିମ୍ପିକ୍ସରେ ଫାଇନାଲରେ ଯୋଗ୍ୟତା ଅର୍ଜନ କରିଥିଲେ।

ଇଣ୍ଡିଆ ଟୁଡେ ଜାଣିବାକୁ ପାଇଛି ଯେ ଭିନେଶ ତାଙ୍କୁ ରୌପ୍ୟ ପଦକ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହାର ଅନ୍ତିମ ରାୟ କୋର୍ଟ ଅଫ୍‌ ଅର୍ବଟ୍ରେସନ୍‌ ଫର୍‌ ସ୍ପୋର୍ସ (ସିଏଏସ୍‌) ଶୁଣାଇବାର ଥିଲା। ଯଦି ସିଏଏସ୍‌ ତାଙ୍କ ସପକ୍ଷରେ ରାୟ ପ୍ରକାଶ କରନ୍ତି ତ ଭିନେଶଙ୍କୁ ରୌପ୍ୟ ପଦକ ଦେବାକୁ ପଡ଼ିବ।

କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟ୍ (ସିଏଏସ୍‌) ହେଉଛି ଏକ ସ୍ବାଧୀନ ଅନୁଷ୍ଠାନ। ଯାହାକି ୧୯୮୪ ମସିହାରେ ପ୍ରତିଷ୍ଠିତ ହୋଇଥିଲା। ଯାହାକି କ୍ରୀଡ଼ା ସମ୍ବନ୍ଧୀୟ ବିବାଦର ସମାଧାନ କିମ୍ବା ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିଥାଏ। ଏହାର ମୁଖ୍ୟାଳୟ ସ୍ୱିଜରଲ୍ୟାଣ୍ଡର ଲୋଜାନରେ ଅବସ୍ଥିତ।

ପ୍ୟାରିସ ଅଲିମ୍ପିକ୍ସରେ ନିଶ୍ଚିତ ରୌପ୍ୟ ପାଇଁ ସ୍ଥାନ ପକ୍କା କରିଥିବା ଏବଂ ସ୍ୱର୍ଣ୍ଣ ହାସଲ ପାଇଁ ଆଶା ବାନ୍ଧିଥିବା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଗତକାଲି ନିରାଶ ହେବା ପରେ କୁସ୍ତିରୁ ସନ୍ୟାସ ନେଇଛନ୍ତି। ଏହି ଅପ୍ରତ୍ୟାଶିତ ବିଫଳତା ପରେ କୁସ୍ତି ଜଗତରୁ ସବୁଦିନ ପାଇଁ ଭିନେଶ ବିଦାୟ ନେଇଛନ୍ତି।

ଗତକାଲିର ଘଟଣା ପରେ ଭିନେଶ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି ‘କୁସ୍ତି ଜିତିଗଲା, ଆଉ ମୁଁ ହାରିଗଲି’, ଭାଙ୍ଗିଗଲା ଦେଶବାସୀଙ୍କ ସ୍ୱପ୍ନ ଓ ମୋର ସାହସ। ମୋତେ କ୍ଷମା କରିବେ, ଆପଣଙ୍କର ସ୍ୱପ୍ନ, ମୋର ସାହସ ସବୁ ଭାଙ୍ଗିଗଲା, ମୋର ଆଉ ଅଧିକ ଶକ୍ତି ନାହିଁ। ବିଦାୟ କୁସ୍ତି ୨୦୦୧-୨୦୨୪, କ୍ଷମା କରିବେ, ମୁଁ ସମସ୍ତଙ୍କ ପାଖରେ ସର୍ବଦା ଋଣି ରହିବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe