ନିର୍ବାଚନ ଲଢ଼ିବେ ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆ

Advertisment

ଜନନାୟକ ଜନତା ପାର୍ଟିର ଅମରଜିତ ଧାଣ୍ଡା ଦାୟିତ୍ବରେ ଥିବା ଜୁଲାନା ଆସନ ପାଇଁ ଫୋଗେଟ୍ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିବା ବେଳେ ପୁନିଆଙ୍କ ସମ୍ଭାବ୍ୟ ଆସନ ଏବେ ବି ଅସ୍ପଷ୍ଟ ରହିଛି। 

ଜନନାୟକ ଜନତା ପାର୍ଟିର ଅମରଜିତ ଧାଣ୍ଡା ଦାୟିତ୍ବରେ ଥିବା ଜୁଲାନା ଆସନ ପାଇଁ ଫୋଗେଟ୍ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିବା ବେଳେ ପୁନିଆଙ୍କ ସମ୍ଭାବ୍ୟ ଆସନ ଏବେ ବି ଅସ୍ପଷ୍ଟ ରହିଛି। 

rahul

ନୂଆଦିଲ୍ଲୀ: ରେସଲର ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆ ବୁଧବାର ଅପରାହ୍ନରେ କଂଗ୍ରେସରେ ଯୋଗ ଦେଇଛନ୍ତି ଏବଂ ଆସନ୍ତା ମାସ ହରିୟାଣା ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଶୁଣାଯାଉଛି।

ଜନନାୟକ ଜନତା ପାର୍ଟିର ଅମରଜିତ ଧାଣ୍ଡାଙ୍କ ଏବେ ଯେଉଁ ଜୁଲାନା ଆସନରେ ଅଛନ୍ତି ଫୋଗଟ୍‌ ସେହି ଆସନ ପାଇଁ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିବା ବେଳେ ପୁନିଆଙ୍କ ସମ୍ଭାବ୍ୟ ଆସନ ଏବେ ବି ଅସ୍ପଷ୍ଟ ରହିଛି। ଆଜି ଦୁହେଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ, ଯାହା ପରେ ସେମାନଙ୍କର ରାଜନୀତି ଡେବ୍ୟୁ ଖବର ନିଶ୍ଚିତ ହୋଇଥିଲା।

ଯୌନ ନିର୍ଯାତନା ଅଭିଯୋଗର ସମ୍ମୁଖୀନ ହୋଇଥିବା ପୂର୍ବତନ କୁସ୍ତି ସଂସ୍ଥାର ମୁଖ୍ୟ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ଗତ ବର୍ଷ ଫୋଗାଟ ଏବଂ ପୁନିଆ ବିରୋଧ ପ୍ରଦର୍ଶନ କରି ଖବରକୁ ଆସିଥିଲେ। ବ୍ରିଜ ଭୂଷଣ ସିଂ ସେତେବେଳେ ଜଣେ ବିଜେପି ସାଂସଦ ଥିଲେ ମଧ୍ୟ ଉତ୍ତରପ୍ରଦେଶର କେସିଆରଗଞ୍ଜ ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ୍‌ ମିଳିନଥିଲା। ଏହା ବଦଳରେ ବିଜେପି ତାଙ୍କ ପୁଅ କରଣ ଭୂଷଣ ସିଂଙ୍କୁ ଟିକେଟ୍‌ ଦେଇଥିଲା ଓ ସେ ଜିତିଥିଲେ ମଧ୍ୟ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe